ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ମହାତ୍ମା ଗାନ୍ଧୀ ଯେତେବେଳେ ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼େଇ ଆରମ୍ଭ କରିଦେଇଥିଲେ ସେତେବେଳେ ଭାରତର ଭାଷା ପ୍ରଶ୍ନ ତାଙ୍କ ମନକୁ ଅାନ୍ଦୋଳିତ କରିଥିଲା ସେ ଭାବିଥିଲେ ଯେ ଇଂରେଜମାନେ ଚାଲିଯିବା ପରେ ଭାରତୀୟମାନଙ୍କ ହାତକୁ ଦେଶ ଶାସନର ଭାର ଚାଲି ଆସିବ ସେହିପରି ଇଂରାଜୀ ଭାଷା ଭାରତରୁ ବିଦାୟ ନେବ ଓ ଭାରୀତୀୟ ଭାଷା ମାଧ୍ୟମରେ ଆମ ଭାଷାକୁ ଶାସନ କରାଯିବ ଦେଶରୁ ଇଂରାଜୀ ସମ୍ପୂର୍ଣ୍ଣ ଭାବରେ ବିଦାୟ ନନେଲେ ମଧ୍ୟ ତାର ଅାଧିପତ୍ୟ ହ୍ରାସ ପାଇବ ରାଜ୍ୟମାନଙ୍କରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ ବୋଲି ସେ ଚିନ୍ତା କରୁଥିଲେ ଗାନ୍ଧୀଜୀଙ୍କର ଚିନ୍ତାଧାରାକୁ ସମ୍ମାନ ଦେଇ ଭାରତର ସମ୍ବିଧାନରେ ମଧ୍ୟ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ଗାନ୍ଧିଜୀଙ୍କର ଦୂରଦୃଷ୍ଟି ଭାରତରେ ଭାଷାର ବ୍ୟବହାରକୁ ସୁନିୟୋଜିତ ଓ ଯୋଜନାବଦ୍ଧ କରି ପାରିଥିଲା ବୋଲି ‘ଗାନ୍ଧିଜୀ ଓ ଭାଷାଚର୍ଚ୍ଚା’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ
‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ଅନୁଷ୍ଠାନର ପଢ଼ୁଆଁପଦାସ୍ଥିତ କାର୍ଯ୍ୟାଳୟ ବିନ୍ଦୁବଳୟ ଭବନରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ବ୍ୟଙ୍ଗକବି ଦୀପକ ବୋଷ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିଲେ ସଂପାଦକ ନିବାରଣ ଜେନା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ପରେ ଡକ୍ଟର ଭାଗୀରଥି ନାୟକଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏହି ଅବସରରେ ପ୍ରାକ୍ତନ ପ୍ରଧାନମତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧା ନିବେଦନ କରାଯିବା ସହ ଗାନ୍ଧିଜୀଙ୍କ ସମ୍ପର୍କରେ କଲ୍ୟାଣୀ ନନ୍ଦ ଓ ଅଞ୍ଜଳି ପଣ୍ଡା ସ୍ବରଚିତ କବିତା ଅାବୃତ୍ତି କରିଥିଲେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଅବନ୍ତୀ ପ୍ରଧାନ, ‘ପରିଚୟ’ ପତ୍ରିକାର ସଂପାଦିକା ଅରୁଣା ରାୟ, ଅଭିନେତା ନିରଞ୍ଜନ ରାଉତ, ସଂସ୍କୃତଜ୍ଞ ସଞ୍ଜୟ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ସଙ୍ଘର ସଭାପତି ରାଜେନ୍ଦ୍ର କୁମାର ରାଉତ, ତପନ ରାୟ, ଶୀତିକଣ୍ଠ ଦୀକ୍ଷିତ ଓ ଶରତ କୁମାର ମହାପାତ୍ର ଗାନ୍ଧିଜୀଙ୍କର ସତ୍ୟପୂର୍ଣ୍ଣ ଜୀବନୀ, ଅହିଂସାକୁ ଗୁରୁତ୍ୱ, ସତ୍ୟାଗ୍ରହ, ସ୍ବଚ୍ଛତାର ପରିପ୍ରକାଶ, ହରିଜନଙ୍କ ପ୍ରତି ଅନୁରାଗ ଓ ସର୍ବୋପରି ମାନବ ସମ୍ବେଦନଶୀଳ ପ୍ରକୃତି ସମ୍ପର୍କରେ ବକ୍ତବ୍ୟମାନ ପ୍ରଦାନ କରିଥିଲେ ଶେଷରେ ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ