
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୨୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ବାଲେଶ୍ୱର, ବଲାଙ୍ଗୀର, ଗଂଜାମ ଓ ମାଲକାନଗିରି ଜିଲ୍ଲାରୁ ୨-୨ ଜଣ, ଭଦ୍ରକ, ଖୋର୍ଧା, ଓ ପୁରୀ ଜିଲ୍ଲାର ଜଣେ ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଜଣେ ୬୫ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷୀୟ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ । ଭଦ୍ରକ ଜିଲ୍ଲାର ଜଣେ ୬୮ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୯୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି ।
ବଲାଙ୍ଗୀର ଜିଲ୍ଲାର ଜଣେ ୪୨ ବର୍ଷୀୟ କରୋନା ସଂକ୍ରମିତ ମହିଳା ମୃତ୍ୟୁବରଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ବଲାଙ୍ଗୀର ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଗଂଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ଜଣେ ୭୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
ମାଲକାନଗିରି ଜିଲ୍ଲାର ଜଣେ ୫୪ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲ । ମାଲକାନଗିରି ଜିଲ୍ଲାର ଜଣେ ୪୦ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ସିକଲସେଲରେ ପୀଡିତ ଥିଲେ । ପୁରୀ ଜିଲ୍ଲାର ଜଣେ ୫୧ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ଙ୍କ ମୃତ୍ୟୁ ଘଟିଛି ।