-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୭୧୨ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୨,୧୫୩ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୯୫୭, ବାଲେଶ୍ୱର ଜିଲ୍ଲାରେ ୬୪୯୩, ବରଗଡ ଜିଲ୍ଲାରେ ୫୪୬୬, ଭଦ୍ରକ ଜିଲ୍ଲାରେ ୪୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୬୫୮ . ବୌଦ୍ଧ ଜିଲ୍ଲାରେ ୧୫୩୮, କଟକ ଜିଲ୍ଲାରେ ୧୭,୨୧୫, ଦେବଗଡ ଜିଲ୍ଲାରେ ୫୧୩, ଢେଙ୍କାନାଳ ଜିଲ୍ଲାରେ ୩୧୭୫. ଗଜପତି ଜିଲ୍ଲାରେ ୩୩୬୯, ଗଂଜାମ ଜିଲ୍ଲାରେ ୧୯୭୧୦ , ଜଗତସିଂହପୁର ଜିଲ୍ଲାରେ ୪୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୭୧୫୪ , ଝାରସୁଗୁଡା ଜିଲ୍ଲାରେ ୩୫୩୧, କଳାହାଣ୍ଡି ଜିଲ୍ଲାରେ ୨୭୦୯, କନ୍ଧମାଳ ୩୭୯୦, କେନ୍ଦ୍ରାପଡା ଜିଲ୍ଲାରେ ୪୧୪୩, କେନ୍ଦୁଝର ଜିଲ୍ଲାରେ ୩୫୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୫୯୪ , ମାଲକାନଗିରି ଜିଲ୍ଲାରେ ୩୨୫୫, ମୟୁରଭଂଜ ଜିଲ୍ଲାରେ ୬୯୩୩. ନବରଙ୍ଗପୁର ଜିଲ୍ଲାରେ ୨୯୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୩୦୮, ନୂଆପଡା ଜିଲ୍ଲାରେ ୨୨୦୩ , ପୁରୀ ଜିଲ୍ଲାରେ ୮୬୫୨, ରାୟଗଡା ଜିଲ୍ଲାରେ ୬୯୪୭. ସମ୍ବଲପୁର ଜିଲ୍ଲାରେ ୫୦୬୩. ସୁବର୍ଣପୁର ଜିଲ୍ଲାରେ ୨୩୯୮ ଓ ସୁନ୍ଦରଗଡ ଜିଲ୍ଲାରେ ୬୭୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୪୧୨ ହୋଇଛି ।