ସମ୍ମାନିତ ହେଲେ ୨୦ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ
ଭୁବନେଶ୍ୱର – ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା ‘ଦି ଇଂଟରଭ୍ୟୁ ଟାଇମ୍ସ’ର ୮ମ ବାର୍ଷିକ ଭୁବନେଶ୍ୱରଠାରେ ଅନୁÂିତ ହୋଇଯାଇଛି । ଦି ଇଂଟରଭ୍ୟୁ ଟାଇମ୍ସର ସମ୍ପାଦକ ଦିବ୍ୟଜିତ୍ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଜଷ୍ଟିସ୍ ମଦନ ମୋହନ ଦାସ , ଫାଲକନ୍ ମେରାଇନ୍ ର ପ୍ରତିÂାତା ତାରାରଂଜନ ପଟ୍ଟନାୟକ ଏବଂ ବେଦାନ୍ତ ଲିମିଟେଡ୍ ର ରାକେଶ ମୋହନ ଯୋଗ ଦେଇଥିଲେ ।
ଏହି ଅବସରରେ ଅତିଥିମାନେ ଦି ଇଂଟରଭ୍ୟୁ ଟାଇମ୍ସର ପ୍ରୟାସକୁ ସାଧୁବାଦ ଜଣାଇବା ସହ ସଫଳତା କାମନା କରିଥିଲେ । ମଂଚସଭା ପରେ ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ଶ୍ରେÂ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦି ଇଂଟରଭ୍ୟୁ ଟାଇମ୍ସର ସ୍ୱତନ୍ତ୍ର ସଂଖ୍ୟା ଭିଜନ୍ ଅଫ୍ ଓଡ଼ିଶା-୨୦୧୯ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଦି ଇଂଟରଭ୍ୟୁ ଟାଇମ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଏବଂ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ ।
ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ ପାଇଥଇିବା ବ୍ୟକ୍ତି ବିଶେଷ ମାନେ ହେଲେ ଡଃ ପ୍ରତିଭା ରାୟ (ସାହିତ୍ୟ), ରାଜେଶ ପ୍ରଭାକର ପାଟିଲ୍, ଆଇଏଏସ୍ (ପ୍ରଶାସନିକ ସେବା), ପି.ସି.ଚୋବେ, ପରି·ଳନା ନିଦେ୍ର୍ଧଶକ (ପେଟ୍ରୋଲିୟମ୍), ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସେଂଟ୍ରାଲ୍ (ପୋଲିସିଂ), ପ୍ରଫେସର ପଦ୍ମଜା ମିଶ୍ର, ଭିସି ରମାଦେବୀ ବିଶ୍ୱବିଦ୍ୟାଳୟ (ଶିକ୍ଷା), ଡଃ ସି.ଏସ୍.ରଂଜନ ଇକ୍କା, ବିଧାୟକ, ରାଜଗାଙ୍ଗପୁର (ରାଜନୀତି), ଅଶ୍ୱିନୀ କୁମାର ରଥ, ପ୍ରତିÂାତା ନିଦେ୍ର୍ଧଶକ, ବାଟୋଇ ସିଷ୍ଟମ୍ (ପ୍ରଯୁକ୍ତି ବିଦ୍ୟା), ଏସ୍.ପି. ମହାନ୍ତି, ମୁଖ୍ୟ ପରି·ଳନା ନିଦେ୍ର୍ଧଶକ, ଏଚ୍ଆଇଏଲ୍ ଲିଃ. (କର୍ପୋରେଟ୍), ଜେ.କେ. ମହାନ୍ତି, ପରି·ଳନା ନିଦେ୍ର୍ଧଶକ, ସ୍ୱସ୍ତି ଗ୍ରୁପ୍ (ହସ୍ପିଟାଲିଟି), ବ୍ରଜ କିଶୋର ପ୍ରଧାନ, ବିଧାୟକ, ତାଳଚେର (ରାଜନୀତି), ଏନ୍.ଏନ୍. ମହାନ୍ତି ଗ୍ରୁପ୍ (ମାଇନିଂ), ପାର୍ଥଜିତ୍ ପଟ୍ଟନାୟକ, ନିଦେ୍ର୍ଧଶକ ଫାଲକନ୍ ମେରାଇନ୍ ଇଷ୍ଟେଟ୍ (ରିୟଲ୍ ଇଷ୍ଟେଟ୍), ଅଭିନାଶ ସାମଲ, ନିଦେ୍ର୍ଧଶକ, ଏମ୍ପାରିଓ ପ୍ରେଷ୍ଟିଜ୍ (ଅଟୋମୋବାଇଲ୍), ବାବୁସାନ୍ ମହାନ୍ତି, ଓଲିଉଡ୍ ଅଭିନେତା (ଅଭିନୟ), ମନୋରଂଜନ ମିଶ୍ର, ସମ୍ପାଦକ, କନକ ନ୍ୟୁଜ୍ (ସାମ୍ବାଦିକତା), ପ୍ରମୋଦ ଭଗତ୍, ବିଶ୍ୱ ବ୍ୟାଡମିଂଟନ୍ ·ମ୍ପିଅନ୍ (କ୍ରୀଡ଼ା), ଇଂ. ବାନାର୍ଜୀ (ଖଣି), ଡଃ ରାମଚନ୍ଦାନୀ, ଡାକ୍ତର, ଭୀମସାର୍ (ସ୍ୱାସ୍ଥ୍ୟ ସେବା), ସୌମେନ୍ଦ୍ର ମିଶ୍ର, ନିଦେ୍ର୍ଧଶକ ଓଭିଓ ଫାର୍ମ ଲିଃ (କୃଷି) । ସେହିପରି ସ୍ୱତନ୍ତ୍ର ଜୁରୀ ଆୱାଡର଼୍ :ଡଃ ଉମେଶ ଚନ୍ଦ୍ର ଜେନା, ଯୁଗ୍ମ ନିଦେ୍ର୍ଧଶକ (ଖଣି), ପ୍ରିୟବ୍ରତ ଧୀର, ମୁଖ୍ୟ ପରି·ଳନା ନିଦେ୍ର୍ଧଶକ, ସ୍ପର୍ଶ ହସ୍ପିଟାଲ୍ (ସ୍ୱାସ୍ଥ୍ୟ ସେବା), ଶଙ୍କର ଗୁପ୍ତା, ଅଧ୍ୟକ୍ଷ, ଏସଜିବିଏଲ୍ ଗ୍ରୁପ୍, ମକରନ୍ଦ ମୁଦୁଲି, ବିଧାୟକ, ରାୟଗଡ଼ା, ଡଃ ଅରୁନ୍ଧତୀ ଦେବୀ, ସମାଜସେବା ଓ ଶାନ୍ତି), ମାନସ କୁମାର ସାହୁ (ବାଲୁକା କଳା) ।