ଭୁବନେଶ୍ୱର – ରାଜନୈତିକ ଦଳରେ ରହିଲେ ଯେ କେବଳ ଲୋକସେବା କରିହେବ , ସେ ଧାରଣା ନେରହିବା ଉଚିତ୍ । ହାତ ଗୋଡ ଚଳୁଥିବା ପର୍ଯ୍ୟନ୍ତ ଲୋକଙ୍କ ସେବା କରି ଚାଲିଥିବି ବୋଲି ବିଜେପିର ବରିÂ ନେତା ଡା.ଦାମୋଦର ରାଉତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ସେ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ତାଙ୍କ ପୁଅ ବର୍ତମାନ ବିଧାୟକ । କେତେକ ବୁଝାମଣା ପାଇଁ ବିଜେଡିରେ ତାଙ୍କୁ ବହୁବାର କ୍ରୋଧର ଶୀକାର ହେବାକୁ ପଡିଛି । ଆଉ ନିର୍ବାଚନ ଲଢିବା ପାଇଁ ମାନସିକତା ନାହିଁ । ବଳ ନାହିଁ କି ବୟସ ମଧ୍ୟ ନାହିଁ । ଯେଉଁ ଦଳରେ ରହିଛି ସେଠି ନିର୍ବାଚନ ବେଳେ ପଚାରୁଥିଲେ । ନିର୍ବାଚନ ପରେ ଆଉ ପଚାରୁ ନାହାନ୍ତି । କୌଣସି କାର୍ଯ୍ୟକ୍ରମ ବା ନିଷ୍ପତି ସମୟରେ ପରାମର୍ଶ ଲୋଡୁ ନାହାନ୍ତି । ପଚାରନ୍ତୁ ବା ନପଚାରନ୍ତୁ ବଳ ଥିବା ପର୍ଯ୍ୟନ୍ତ ଲୋକଙ୍କ ସେବା କରି ଚାଲିବି ବୋଲି ଡା. ରାଉତ କହିଛନ୍ତିି ।