Related Stories
November 23, 2024
ମାଲକାନଗିରି-ମାଲକାନଗିରି ଜିଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଏମ୍:ଭି-୮୦ ନମ୍ବର ଠାରେ ଶବ ସତ୍କାର ସକାଶେ ଲାଗିରହିଛି ଦୁଇ ଗୋଷ୍ଟି ମଧ୍ୟରେ ବିବାଦ l ଯାହା ଫଳରେ ମୃତଦେହକୁ ଗ୍ରାମବାସୀ କାନ୍ଧରେ ବୋହି ମଶାଣିକୁ ନେବା ପାଇଁ ରାସ୍ତା ନ ଥିବାରୁ ଧାନ ବିଲରେ ଚାଲି ଚାଲି ଶବ ବୋହିବା ଭଳି ଅଭାବନୀୟ ଦୃଶ୍ୟ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାଯୋଗ୍ୟ ଏହି ଗାଁରେ କୋୟା , କୁମ୍ଭାର ଓ ହରିଜନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ସବୁ ସମ୍ପ୍ରଦାୟ ନିମନ୍ତେ ପୃଥକପୃଥକ ଶ୍ମଶାନ ରହିଛି , କିନ୍ତୁ ଅନ୍ୟମାନଙ୍କ ପାଇଁ ମଶାଣି ଓ ରାସ୍ତା ମହଜୁଦ ଥିଲାବେଳକୁ ହରିଜନ ସମ୍ପ୍ରଦାୟର ଲୋକଙ୍କ ନିମନ୍ତେ ଥିବା ଶ୍ମଶାନକୁ କିଛି ଲୋକ ଜବରଦଖଲ କରି ରଖିଥବା ଅଭିଯୋଗ କରିଛନ୍ତି । ଏମ୍:ଭି-୮୦ ନମ୍ବର ଏବଂ ବନ୍ଧୁଗୁଡା ସାହି ଏହି ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖାଯାଉଛି କାରଣ ଦୀର୍ଘ 40 ବର୍ଷ ହେବ ଆଜିକୁ ଏମାନେ ବନ୍ଧୁଗୁଡା ଠାରୁ ଅଳ୍ପ ବାଟ ଠାରେ ଏକ ଜାଗା ରେ ଶବ ସତ୍କାର କରି ଆସୁଛନ୍ତି l କିନ୍ତୁ ଏମ୍:ଭି-୮୦ ନମ୍ବର ର ତାପସ ବୈରାଗୀ ଓ ମଙ୍ଗଳା ଖୁରାମି ଏହି ଦୁଇ ଜଣ ବ୍ୟକ୍ତି ଶବ ସତ୍କାର ଜାଗାକୁ ମାଡି ବସି ଚାଷ କରୁଥିବା ଅଭିଯୋଗ ଆଣିଛନ୍ତି ଆଦିବାସୀ ନିରୀହ ବନ୍ଧୁଗୁଡା ଗ୍ରାମବସି l ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବୁଲି ବୁଲିଏମାନେ ନୟାନ୍ତ ହୋ ଇଗଲେଣି l ଏହି ଦୁଇ ଗୋଷ୍ଟି ମଧ୍ୟରେ ଲାଗିଥିବ ବିବାଦ କୁ ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନିହନ୍ତି ତାହାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ବନ୍ଧୁଗୁଡା ଗ୍ରାମବାସୀ ଚେତାବନୀ ଦେଇଛନ୍ତି lପ୍ରକାଶ ଥାଉକି ଗତ ଦୁଇଦିନ ତଳେ ଅନୁରୂପ ଭାବେ କୋରୁକୋଣ୍ଡା ବ୍ଲକ ତୁମସାପାଲି ପଞ୍ଚାୟତ ପିଟାଗଟା ଗ୍ରାମରେ ଜଣେ ହରିଜନ ଲୋକର ଦେହାନ୍ତ ହୋଇଥିଲା !ତାଙ୍କ ଜାତି ପାଇଁ ଉଦ୍ଧିଷ୍ଟ ସ୍ମଶାନ ଜାଗାକୁ ସେହି ଗ୍ରାମର କିଛି ମୁଷ୍ଟିମୟ ଲୋକ ଦଖଲ କରି ରଖିଥିବାରୁ ସବ ବିଲ ରାସ୍ତାରେନେଇଥିଲେ ପରିବାର ଲୋକ !ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ମଶାନ ଜାଗା ଚିହ୍ନଟ କରାଯାଇ ସେଠାରେ ସବ ଦାହ ଗୃହ କରିବାକୁ ଦାବୀ ହେଉଛି !