-
୪ ଟି ଦୋକାନ ହେଲା ସିଲ
ଭୁବନେଶ୍ୱର– କମିଶନରେଟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ୩୭୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୧୫୬୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ମୋଟର ଯାନ ଆଇନ୍ ଓ ଓଡିଶା ସହରାଂଚଳ ପୋଲିସ ଆଇନ୍ ଉଲ୍ଲଂଘନ କରିଥିବା ୩୮୦ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ଏହି ସମୟ ମଧ୍ୟରେ ୪ଟି ଦୋକାନ ସିଲ କରା ଯାଇଛିା କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା