-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୫୨ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୧,୪୪୧ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୮୫୦, ବାଲେଶ୍ୱର ଜିଲ୍ଲାରେ ୬୩୪୩, ବରଗଡ ଜିଲ୍ଲାରେ ୫୩୩୬, ଭଦ୍ରକ ଜିଲ୍ଲାରେ ୪୫୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୫୪୪ . ବୌଦ୍ଧ ଜିଲ୍ଲାରେ ୧୪୬୧, କଟକ ଜିଲ୍ଲାରେ ୧୬,୬୨୯, ଦେବଗଡ ଜିଲ୍ଲାରେ ୫୦୧, ଢେଙ୍କାନାଳ ଜିଲ୍ଲାରେ ୩୧୨୧. ଗଜପତି ଜିଲ୍ଲାରେ ୩୩୬୭, ଗଂଜାମ ଜିଲ୍ଲାରେ ୧୯୬୭୫, ଜଗତସିଂହପୁର ଜିଲ୍ଲାରେ ୪୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୬୯୬୭ , ଝାରସୁଗୁଡା ଜିଲ୍ଲାରେ ୩୪୪୭, କଳାହାଣ୍ଡି ଜିଲ୍ଲାରେ ୨୬୦୪, କନ୍ଧମାଳ ୩୭୧୬, କେନ୍ଦ୍ରାପଡା ଜିଲ୍ଲାରେ ୪୦୧୭, କେନ୍ଦୁଝର ଜିଲ୍ଲାରେ ୩୪୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୫୩୧ , ମାଲକାନଗିରି ଜିଲ୍ଲାରେ ୩୧୮୩, ମୟୁରଭଂଜ ଜିଲ୍ଲାରେ ୬୭୫୯. ନବରଙ୍ଗପୁର ଜିଲ୍ଲାରେ ୨୮୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୨୨୬, ନୂଆପଡା ଜିଲ୍ଲାରେ ୨୧୪୫ , ପୁରୀ ଜିଲ୍ଲାରେ ୮୩୮୭, ରାୟଗଡା ଜିଲ୍ଲାରେ ୬୯୧୮. ସମ୍ବଲପୁର ଜିଲ୍ଲାରେ ୪୯୫୦. ସୁବର୍ଣପୁର ଜିଲ୍ଲାରେ ୨୩୦୮ ଓ ସୁନ୍ଦରଗଡ ଜିଲ୍ଲାରେ ୬୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୧୬୯ ହୋଇଛି ।