
ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଦିନରେ ୪୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୪୧୨୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୫୬୭୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୩୭୬୮୪
ରହିଛି ।
ଆଜି ଚିହ୍ନଟ ହୋଇଥିବା ୪୨୪୨ ଜଣଙ୍କ ମଧ୍ୟରୁ ୨୫୦୩ ଜଣ ସଂଗରୋଧରୁ ହୋଇଥିବା ବେଳେ ୧୭୩୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୬୫୨ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୩୦ , ବାଲେଶ୍ୱର ଜିଲ୍ଲାରେ ୧୫୫ ଜଣ, ବରଗଡ ଜିଲ୍ଲାରେ ୧୧୪, ଭଦ୍ରକ ଜିଲ୍ଲାରେ ୬୮, ବଲାଙ୍ଗିର ଜିଲ୍ଲାରେ ୭୯, ବୌଦ୍ଧ ଜିଲ୍ଲାରେ ୪୫,କଟକ ଜିଲ୍ଲାରେ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୧୦. ଢେଙ୍କାନାଳ ଜିଲ୍ଲାରେ ୭୧, ଗଜପତି ଜିଲ୍ଲାରେ ୨୭, ଗଂଜାମ ଜିଲ୍ଲାରେ ୫୭, ଜଗତସିଂହପୁର ଜିଲ୍ଲାରେ ୧୭୬, ଯାଜପୁର ଜିଲ୍ଲାରେ ୧୩୧ . ଝାରସୁଗୁଡା ଜିଲ୍ଲାରେ ୨୦୫, କଳାହାଣ୍ଡି ଜିଲ୍ଲାରେ ୪୦ . କନ୍ଧମାଳ ଜିଲ୍ଲାରେ ୧୫୩, କେନ୍ଦ୍ରାପଡା ଜିଲ୍ଲାରେ ୧୫୫ ,କେନ୍ଦୁଝର ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୯୦ଜଣ, ମାଲକାନଗିରି ଜିଲ୍ଲାରେ ୬୯ , ମୟୁରଭଂଜ ଜିଲ୍ଲାରେ ୧୭୧ ନବରଙ୍ଗପୁୁରରେ ୫୪, ନୟାଗଡ ଜିଲ୍ଲାରେ ୫୩, ନୂଆପଡା ଜିଲ୍ଲାରେ ୫୮, ପୁରୀ ଜିଲ୍ଲାରେ ୧୮୨ ରାୟଗଡା ଜିଲ୍ଲାରେ ୧୩୪, ସମ୍ବଲପୁର ଜିଲ୍ଲାରେ ୧୧୩ ,ସୋନପୁର ଜିଲ୍ଲାରେ ୧୯ ତଥା ସୁନ୍ଦରଗଡ ଜିଲ୍ଲାରେ ୧୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।