ଭୁବନେଶ୍ୱର- ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ ୍ୟ ଆଜି ରାଜ୍ୟସଭାରେ ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି । ରାଜ୍ୟସଭାରେ ଶୂନ୍ୟକାଳରେ ଲିଖିତ ଆକାରରେ ସେ ଏହି ଦାବି କରିଥିବା ଜଣା ପଡିଛି ।
ଆଜି ଶୂନ୍ୟକାଳରେ ସେ ଦାବି ଜଣାଇଥିଲେ କି ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦର ନାମିତ ହେବା ଉଚିତ୍ । ବିଜୁ ପଟ୍ଟନାୟକଙ୍କ ଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ । ସେ ପାରାଦୀପ ବନ୍ଦରର ପ୍ରତିଷ୍ଠାତା ଥିଲେ, ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଆଖି ଆଗରେ ରଖି ତାଙ୍କ ସ୍ମୃତିରେ ପାରାଦୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରି ଏହାର ନାମ ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ ରଖାଯାଉ ବୋଲି ଦାବି କରିଛନ୍ତି ଶ୍ରୀ ଆଚାର୍ଯ୍ୟ ।