-
ରମାନନ୍ଦାଆଚାର୍ଯ୍ୟ ଜଗତ୍ଗୁରୁ ସ୍ୱାମୀ ଅରୂପାନନ୍ଦ ମହାରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ଜେନା,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨୦/୦୯/୨୦୨୦,ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଛି |ମୃତ୍ୟୁ ସମୟରେ ତାଙ୍କୁ ବୟସ ୬୪ ବର୍ଷ ହୋଇଥିଲା |ସୂଚନା ଅନୁସାରେ ତାଙ୍କ ମୃତ୍ୟୁ ହାର୍ଟ ଆଟାକ ରେ ହୋଇଛି |ତାଙ୍କ ବେୟୋଗରେ ପୁରୀରେ ଅନେକ ଶୋକ ବ୍ୟକ୍ତ କରିଛନ୍ତି |ପରିବାର ତରଫରୁ ସୂଚନା ମିଳିଛି ଏଇ କିଛି ଦିନହେବ ସେ କରୋନା ଭୁତାଣୁରେ ସଂକ୍ରମିତ ହେବାପରେ ଭୁବନେଶ୍ୱର ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା କରୁଥିଲେ |ସେଠାରୁ ସୁସ୍ଥ ହୋଇ ଫେରିବା ପରେ ପୁରୀରେ ନିଜ ଘରେ ହୋମ ଆଇସୋଲେସନରେ ଥିଲେ |ଆଜି ୪ ଟା ସମୟରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ପରିବାର ଲୋକ ପୁରୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ | ଡାକ୍ତର ତାଙ୍କର ଚିକିତ୍ସା କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ସେମାନେ ସଫଳ ହେଲେନାହିଁ |ଡାକ୍ତର କହିଲେ ତାଙ୍କର ମୃତ୍ୟୁ ହାର୍ଟ ଆଟାକରେ ହୋଇଛି |ଦଇତାପତି ସେବାୟତ ପ୍ରେମାନନ୍ଦ ୨୭ ବର୍ଷ ଧରି ଦଇତାପତି ନିଯୋଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି |ସେ ଶ୍ରୀମନ୍ଦିର ପ୍ରବନ୍ଧନ କମିଟିର ସଦସ୍ୟ ଥିଲେ |ସେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଥିଲେ, ଦଇତାପତି ନିଯୋଗର ପୂର୍ବତନ ସାଧାରଣ ସଂପାଦକ, ଓ ସୁଦ୍ଧ ସୁଆର ନିଯୋଗ ର ସମ୍ପାଦକ ମଧ୍ୟ ଥିଲେ |ଏବଂ କଂଗ୍ରେସ ପାର୍ଟି ତରଫରୁ ପୁରୀ ପୌର ସଂସ୍ଥାର ପୂର୍ବତନ କାଉନସିଲର ମଧ୍ୟ ରହିଥିଲେ | ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରୂପେ ସେ କାର୍ଯ୍ୟ କରୁଥିଲେ |ତାଙ୍କ ମୃତ୍ୟୁର ଖବର ପାଇବା ମାତ୍ରେ ସେବାୟତ ମହଲରେ ଶୋକର ଛାୟା ଖେଳିଯାଇଛି |
ଉତ୍କଳ ପୀଠାଧିଶ୍ୱର ରମାନନ୍ଦାଆଚାର୍ଯ୍ୟ ଜଗତ୍ଗୁରୁ ସ୍ୱାମୀ ଅରୂପାନନ୍ଦ ମହାରାଜ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହେବା ଖବର ପାଇବା ପରେ ଗମ୍ଭୀର ଶୋକ ବ୍ୟକ୍ତ କରିଛନ୍ତି|
ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ବିୟୋଗରେ ରାଜ୍ୟର ଆଇନ ମନ୍ତ୍ରୀ ପ୍ରତାପ ଜେନା ଗମ୍ଭୀର ଶୋକ ବ୍ୟକ୍ତ କରିଛନ୍ତି |ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଦାସ ମହାପାତ୍ରଙ୍କ ମୃତ୍ୟୁ ଖବର ପାଇଁ ସେ ମର୍ମାହତ |ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସହିତ ଶ୍ରୀମନ୍ଦିର ପ୍ରବନ୍ଧନ କମିଟିର ସଦସ୍ୟ ଥିଲେ |ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ର ରୀତିନୀତି କୁ ନେଇ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଥିଲା |ଶ୍ରୀଜେନା ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ କାମନା କରି ତାଙ୍କର ପରିବାର ସଦସ୍ୟଙ୍କ ପ୍ରତି ସଂବେଦନା ବ୍ୟକ୍ତ କରିଛନ୍ତି |