ଭୁୁବନେଶ୍ୱର– ନୂଆପଡା ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ବାଘଛାଲ, ବାରହା ମାଂସ ସହ ଆଉ କେତେକ ବେଆଇନ ସାମଗ୍ରୀ ଜବତ କରା ଯାଇଛି । ଏହି ମାମଲାରେ ଟିପାଝର ଗ୍ରାମର ଜଣେ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରା ଯାଇଥିବା ଜଣା ପଡିଛିା
ମିଳିଥିବା ସୂଚନା ଅନୁସାରେ ବିଭାଗ ପକ୍ଷରୁ ଜିଲ୍ଲାର ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ଟିପାଝର ଗ୍ରାମରୁ ଚଢ଼ାଉ କରି ଏକ ବାଘଛାଲ, ବାରହା ମାଂସ ସହ ଆଉ କେତେକ ବେଆଇନ ସାମଗ୍ରୀ ଜବତ କରିଛନ୍ତି ।