ଜାମ୍ମୁ କାଶ୍ମୀରକୁ ନବରାତ୍ର ସମୟରେ ଏହା ଏକ ବଡ ଭେଟି ବୋଲି କହିବା ସହ ଶ୍ରୀ ଶାହ କହିଛନ୍ତି ଯେ ଆଜି ଏହି ହାଇ ସ୍ପିଡ ଟ୍ରେନ ମା ବୈଷ୍ଣୋ ଦେବୀଙ୍କ ଦରବାରକୁ ଯିବ ଓ ଯାତ୍ରୀ ମାନଙ୍କୁ ଏହା ଦ୍ୱାରା ଖୁବ ସୁବିଧା ହେବ । ସେ କହିଛନ୍ତି ଯେ ଦିଲ୍ଲୀରୁ କଟରା ଆଗରୁ ୧୨ରୁ ୧୪ ଘଂଟା ସମୟ ଲାଗୁଥିଲା । ହେଲେ ଏହି ଦୂରତା ଏବେ ୮ ଘଂଟାରେ ଅତିକ୍ରମ କରି ହେବ ।
ଅନୁଚ୍ଛେଦ ୩୭୦ ସମାପ୍ତ କରା ଯିବା ଉପରେ ସେ କହିଛନ୍ତି ଯେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଏହା ବିଘ୍ନକାରୀ ଥିଲା । ସେ କହିଛନ୍ତି ଯେ ଧାରା ୩୭୦ ହଟା ଯିବା ପରେ କାଶ୍ମୀରରେ ଆତଙ୍କବାଦ ଓ ଆତଙ୍କବାଦୀ ବିଚାରଧାରାର ସମ୍ପୂର୍ଣ ଉନ୍ମୂଳନ କରିବାରେ ଆମକୁ ସହାୟତା ମିଳିବ ।
ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କର ଏକ ଗୁରୁତ୍ୱପୂର୍ଣ ବାର୍ତା ଥିଲା ସ୍ୱଦେଶୀ । ସ୍ୱାଧୀନତା ଆନ୍ଦୋଳନରେ ଏକ ବଡ ଅସ୍ତ୍ର ସ୍ୱଦେଶୀ ଥିଲା । ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆଜି ପୂର୍ଣ ସ୍ୱଦେଶୀ ରେଳଗାଡି ଆଜି ଦିଲ୍ଲୀରୁ କଟରା ଯାଏ ଯାଉଛି ।
ରେଳ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ ଆଗାମୀ ୨୦୨୨ ଅଗଷ୍ଟ ୧୫ ଯାଏ କାଶ୍ମୀରରୁ କନ୍ୟାକୁମାରୀ ଯାଏ ରେଳ ମାର୍ଗକୁ ଯୋଡା ଯିବ ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଧନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଜୀତେନ୍ଦ୍ର ସିଂହ ଏଓ ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଂଗଡି ଉପସ୍ଥିତ ଥିଲେ ।