
ଗଞ୍ଜାମ– ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବେଲପୁର ଗ୍ରାମରେ ଦୀର୍ଘଦିନ ହେଲା ଦେଶୀ ବିଦେଶୀ ମଦ ଅବାଧରେ ବିକ୍ରୀ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଏହାକୁ ଆଧାର କରି ପୋଲିସ ପକ୍ଷରୁ ଅଚାନକ ସେଠାରେ ଚଢ଼ଉ କରାଯାଇ ରବିନ୍ଦ୍ର ସାହୁଙ୍କ ଘରୁ ୫୦ ଲିଟର ଦେଶୀ ବିଦେଶୀ ମଦ ଏବଂ କବିରାଜ ସାହୁଙ୍କ ଘରୁ ୯୦ ଲିଟର ଦେଶି ବିଦେଶୀ ମଦ ଜବତ କରିଥିଲେ । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୨୫୩/୨୦ ଏବଂ ୨୫୪/୨୦ ରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।