

Related Stories
September 11, 2025
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ବିଶ୍ବକବି ରବିନ୍ଦ୍ରନାଥ ଟାଗୋର ଙ୍କ ସ୍ମାରକୀ ବହନ କରୁଥିବା ଜନ ଗଣ ମନ ଜାତୀୟ ସଙ୍ଗୀତ ତଥା ନୋବେଲ ପୁରସ୍କାର ପାଇଥିବା ଗୀତାଞ୍ଜଳୀ କାବ୍ୟ କୁ ଇଂରାଜୀ ଭାଷାରେ ଅନୁବାଦ କରିଥିବା ବିଶ୍ବକବି ଙ୍କ କର୍ମକ୍ଷେତ୍ର ପାଥେରପୁରୀ ହଷ୍ଟେଲ ଶିକ୍ଷାର ଉନ୍ନତି ପାଇଁ ୧୯୪୫ ମସିହାରେ ଉତ୍ସର୍ଗୀକୃତ ହୋଇଥିଲା । ଦୁର୍ଭାଗ୍ୟର କଥା ପୁରୀ ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଦଖଲ ଓ ଭାଙ୍ଗିବା ବିରୁଦ୍ଧରେ ପୁରୀ ଜ଼ିଲ୍ଲା ଓକିଲ ସଂଘ ଓ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘ ସହ ମିଳିତ କ୍ରିୟା ଅନୁଷ୍ଠାନ କମିଟି ର ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରଯାଇଛି |ସାରଦା ସାମଲ, ବିଭୁତି ଶଙ୍କର ତ୍ରିପାଠୀ, ବିଶ୍ୱଜିତ ପ୍ରଧାନ,ଅନିଲ କୁମାର ସାହୁ, ଶରତ ରାୟଗୁରୁ, କମଳ ଲୋଚନ ମିଶ୍ର, ଶ୍ରୀକାନ୍ତ ପରିଜା, ମନୋଜ ପ୍ରଧାନ, କର୍ଣ୍ଣବୀର ମହାପାତ୍ର ସମେତ ଶତାଧିକ ଆଇନଜୀବୀ ଏହା କୁ ବିରୋଧ କରିବା ସହ ଆଗାମୀ ଦିନରେ ରାଜରାସ୍ତା କୁ ଓହଲାଇବା ପାଇଁ ଚେତାବନୀ ଦେଇଛନ୍ତି |