ହେଲେ ଠିକାଦାର ସହ ସଲାସୁତୁରା ହୋଇ ଲୋକମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକମାନଙ୍କ ଅଭିଯୋଗକୁ କର୍ଣ୍ଣପାତ ନକରିବା କାରଣରୁ ବର୍ଷା ପାଣିରେ ପୋଲ ନିକଟରେ ଥିବା ଜତିନ୍ଦ୍ର ନାଏକ, ପଟିଆ ନାଏକ, ଗୋପି ନାଏକ, ରଥିଆ ନାଏକ ଭଳି ଅନେକଙ୍କ ଚାଷ ଜମିର ଫସଲ ନଷ୍ଟ ସହ ରାସ୍ତାର ମାଟି ଜମି ମଧ୍ୟକୁ ଚଢିଯାଇଛି । ଏଥିସହ ପୋଲ ନିର୍ମାଣରେ ଲୁହାଛଡ଼ ନଦେଇ କେବଳ ମେଣ୍ଟାଲ, ବାଲି ଓ ଅଳ୍ପ ପରିମାଣର ସିମେଣ୍ଟ ଭାଗ ଦେଇ ପୋଲଟି ନିର୍ମାଣ କରାଯାଇଥିବା ନେଇ ପୋଲଟିର ଓ୍ବାଲ ଗୁଡ଼ିକ ଫାଟିବା ଆରମ୍ଭ କଲାଣି । ତେଣୁ ବେଳ ଥାଉ ଥାଉ ସଠିକ୍ ତଦନ୍ତ କରି ଠିକ୍ ଭାବରେ ପୋଲ ସହ ରାସ୍ତା ନିର୍ମାଣ କାର୍ଯ୍ୟ ନକରାଇଲେ ଆଗାମୀ ଦିନରେ ବିଭିନ୍ନ ବିପଦକୁ ଏଡ଼ାଇ ହେବନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଠିକ୍ ଭାବରେ ରାସ୍ତା କାର୍ଯ୍ୟ କରାଇବାକୁ ଜନସାଧାରଣରେ ଦାବି ହୋଇଛି ।
Related Stories
January 18, 2025
January 18, 2025