ଭୁବନେଶ୍ୱର – ୨୦୧୯ ଅମରେଶ ନାୟକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରୋଶନ ଜେନାକୁ ଜାତୀୟ ସୁରକ୍ଷା ଅଧିନିୟମ ବା ଏନଏସଏରେ ଅଟକ ରଖାଯାଇଛି । କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ରୋଶନ ଜେନା ହାଇକୋର୍ଟରୁ ବେଲ୍ ପାଇଁ ଜେଲ୍ ରୁ ଫେରିବା ପରେ ର୍ୟାଲି କରିଥିଲା । ର୍ୟାଲି ବେଳେ ସେ ଏକ ଜିପ୍ ଉପରେ ବସିଥିବାର ଫଟୋ ଭାଇରାଲ୍ ହୋଇଥିଲା ।
ପୂର୍ବରୁ ରୋଶନ ନାଁରେ ୮ଟି ମାମଲା ରହିଥିବା ବେଳେ ସେ ଏୟାରଫିଲ୍ଡ ଅଂଚଳରେ ଆତଙ୍କ ଖେଳାଉଥିଲା । ସେହି ଏୟାରଫିଲ୍ଡ ଥାନା ଅଂଚଳରେ ହିଁ ଅମରେଶ ହତ୍ୟାକାଣ୍ଡ ହୋଇଥିଲା ।