
ମାଲକାନଗିରି-ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ସୁଧାଂଶୁ ରାୟଙ୍କ ବିରୁଦ୍ଧ ଲାଞ୍ଚ ନେବା ଭଳି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଖଇରପୁଟ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ l ସଙ୍ଘ ର ଅଭିଯୋଗ ଅନୁସା ରେ ଶ୍ରୀ ରାୟ ନିଜ ଆସନ ଓ କ୍ଷମତା ର ଦୁରୁପଯୋଗ କରିବା ସହ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର କରିବା ଓ ସାମାନ୍ୟ ରୁ ଅତି ସାମାନ୍ୟ ସରକାରୀ କାମ କରିବା ପାଇଁ ମଧ୍ୟ ସମସ୍ତଙ୍କ ଠାରୁ ଲାଞ୍ଚ ମାଗିବାର ଭିଡ଼ିଓ ଭାଇରଲ ହୋଇଛି !lକଥାରେ ଅଛି ଅତି ଲୋଭ ରୁ ମୃତ୍ୟୁ ଭଳି ଦୁର୍ଦଶାର ସମ୍ମୁଖୀନ ହେବା ଯାହା ଏବେ ଶ୍ରୀ ରାୟଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି !କିରାଣୀ ଙ୍କ ଲାଞ୍ଚ ମାଗିବା ଭିଡ଼ିଓ ଭାଇରଲ ହେବା ପରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି !ଏଥିସହ କିରାଣୀଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି !