ଭୁବନେଶ୍ୱର– ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ୫ ଜଣିଆ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଆସନ୍ତା ୨୦ ତାରିଖରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବରପଦା ଗ୍ରାମପଂଚାୟତ ଅଧିନସ୍ଥ ୭ ନମ୍ବର ୱାର୍ଡର ମୃତ ଦଳିତ ଚାଷୀ ରମାକାନ୍ତ ମଳିକଙ୍କ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିବେ । ଉକ୍ତ କମିଟି ସଦ୍ୟତମ ଗସ୍ତ ବିବରଣୀ ପିସିସି ସଭାପତିଙ୍କୁ ୨୧ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।
ଏହି ପ୍ରତିନିଧି ଦଳରେ ରାଜ୍ୟ କିଷାନ କଂଗ୍ରେସର ସଭାପତି ଅମୀୟ କୁମାର ପଟ୍ଟନାୟକ, ରାଜ୍ୟ କଂଗ୍ରେସର ପ୍ରାକ୍ତନ ସାଧାରଣ ସଂପାଦକ ତଥା ଯାଜପୁର ଜିଲ୍ଲା କଂଗ୍ରେସ ପ୍ରଭାରୀ ଜ୍ଞାନଦେବ ବେଉରା, ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ପିସିସିର ପ୍ରାକ୍ତନ ମୁଖପାତ୍ର ତଥା ସଂପାଦକ ପଦ୍ମାକର ଗୁରୁ ପ୍ରମୁଖ ରହିଛନ୍ତି ।