ଭୁବନେଶ୍ୱର – ଯିଏ ପାପ କରିଛି , ଯିଏ ଲୋକଙ୍କ ପଇସା ହଡପ କରିଛି ତାଙ୍କ ବିରୁଦ୍ଧରେ ନିଶ୍ଚିତ ଦିନେ ନା ଦିନେ ଦଣ୍ଡ ବିଧାନ ହେବ । ତାର ଉପନିର୍ବାଚନ କିମ୍ବା ସାଧାରଣ ନିର୍ବାଚନ ସହ କିଛି ସମ୍ପର୍କ ନାହିଁ । କାହା ଘରେ କେତେବେଳେ ସିବିଆଇ ରେଡ୍ ହେବ ତାହା ସମୟ କହିବ ଏବଂ ତଦନ୍ତକାରୀ ସଂସ୍ଥା କହିବ ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଶୁକ୍ରବାର ଦିନ ସି ସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଅଧିକାରୀମାନେ ଛାନଭିନ୍ କରିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି । ଆମେ ଯେତେବେଳେ ଭ୍ରଷ୍ଟାଚାରରେ ଲିପ୍ତ ରହୁଛେ ତେବେ ଜାଣି ରଖିବା ଦରକାର ଆଜି ନହେଲେ କାଲି ତାର ଫଳ ନିଶ୍ଚିତ ପାଇବା । ତେଣୁ ଯିଏ ଯେମତି କରିବ ସିଏ ସେମିତି ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି ।