କୈଳାଶ ଚନ୍ଦ୍ର ପଣ୍ଡା,
ପୁରୀ, ଆଜିର ଦିନଟି କାହା ଘରର ପର୍ବ ବା ଜନ୍ମଦିବସ ନ ଥିଲା |ଏହା ଥିଲା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ଜନ୍ମଦିବସ ପାଳନର ଦିନ |ପ୍ରତିବର୍ଷ ପରି ଚଳିତ ବର୍ଷ ପୁରୀ ପୌରପାଳିକା ଅନ୍ତର୍ଗତ ମୋଚିସାହି ଛକର ଅକ୍ଷୟ ଜୟସିଂହ ଓରଫ ଅକ୍ଷୁ ଭାଇଙ୍କ ସହ କୁନିଝିଅ ମାନେ କାଟିଥିଲେ କେକ୍ |ଦିନସାରା ଅକ୍ଷୁ ଭାଇ ବାଣ୍ଟିଥିଲେ ମାଗଣା ଚାହା ଓ ରସଗୋଲା |ଏହି ଉପଲକ୍ଷେ ବଣ୍ଟାଯାଇଥିଲା ୭0ଟି ଚାରା ଗଛ |ଏହି ଅବସରରେ ପ୍ରକୃତିପ୍ରେମୀ ବଦ୍ରୀ ମିଶ୍ର, ସୌମ୍ୟ ରଞ୍ଜନ ପାତ୍ର, ବସନ୍ତ କୁମାର କର,ମନୋଜ କୁମାର ସାହୁ, ପ୍ରମୁଖ ଯୋଗଦେଇ ଦେଶାତ୍ମବୋଧ ଓ ସାର୍ବଭୌମତ୍ୱର ପ୍ରତୀକ ଓ ମୋଦୀଙ୍କ ଶତାୟୁ କାମନା କରିଥିଲେ |ସଂଘର୍ଷ ମୟ ଜୀବନରେ ଏକ ପରିସ୍ଥିତିରେ ଚାହା ବିକି ଭାରତବର୍ଷ ର ପ୍ରଧାନମନ୍ତ୍ରୀ ହୋଇପାରିଥିବା ମୋଦୀଙ୍କ ଫ୍ୟାନ ଭିତରେ ପୁରୀର ଅକ୍ଷୁ ଭାଇଙ୍କ ହସ ଓ ଅତ୍ମୀୟତା ଅନନ୍ୟ |ଏହି କାର୍ଯ୍ୟକ୍ରମ ରେ ବହୁତ ଲୋକ ସାମିଲ ହୋଇ ନିଜର ଖୁସି ବ୍ୟକ୍ତ କରିବା ସହିତ ତାଙ୍କର ଏହି ମହତ କାର୍ଯ୍ୟର ପ୍ରଶଂଶା କରିଥିଲେ |