ପୁରୀ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରାତନ ଛାତ୍ର କ୍ରିୟାନୁଷ୍ଠାନର ବିଶ୍ବନାଥ ଦାଶ ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।ଏହି ସମ୍ମିଳନୀ ରେ ଉପସ୍ଥିତ ସଦସ୍ୟ ମାନେ ନିଜର ମତ ରଖି କହିଛନ୍ତି ଯେ ରାଣୀସତୀ ଭବନ, ବିଶ୍ୱକବି ରବିନ୍ଦ୍ରନାଥ ଟାଗୋର ଙ୍କ ସ୍ମାରକୀ ବହନ କରୁଥିବା ଜନ ଗଣ ମନ ଜାତୀୟ ସଙ୍ଗୀତ ତଥା ନୋବେଲ ପୁରସ୍କାର ପାଇଥିବା ଗୀତାଞ୍ଜଳୀ କାବ୍ୟ କୁ ଇଂରାଜୀ ଭାଷାରେ ଅନୁବାଦ କରିଥିବା ବିଶ୍ବକବି ଙ୍କ କର୍ମକ୍ଷେତ୍ର ପାଥେରପୁରୀ ହଷ୍ଟେଲ ଶିକ୍ଷାର ଉନ୍ନତି ପାଇଁ ୧୯୪୫ ମସିହାରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କୁ ବି ଓଡିଶା
ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନାମରେ ନାମିତ କରାଯାଇ କଲେଜ ଅଧ୍ୟକ୍ଷ ତାହାର ମୁଖ୍ୟ ହିସାବରେ ଦାୟିତ୍ବ ନ୍ୟସ୍ତ ଥିଲା । ଦୁର୍ଭାଗ୍ୟର କଥା ପୁରୀ, ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ
ଦଖଲ ଓ ଭାଙ୍ଗିବା ସଂପୂର୍ଣ୍ଣ ବେଆଇନ ତଥା ତାଗିଲକି ଶାସନର ଜ୍ଵଳନ୍ତି ଉଦାହରଣ, ବାଙ୍କିମୁହାଁଣ ରାଜସ୍ବ ମୌଜାରେ ୯୨ ଖାତା ଅନ୍ତର୍ଗତ ପୁଟ ନଂ ୧୩୫ ରେ ରହିଛି ପାଥେରପୁରୀ
ଛାତ୍ରାବାସ । ସାତ ଦିନ ମଧ୍ୟରେ ଭାଙ୍ଗିଥିବା ପ୍ରାଚୀର ର ନିର୍ମାଣ ନ କରାଗଲେ ସମସ୍ତ ପୂରାତିନ ଛାତ୍ର ନେତାଙ୍କୁ ଦଳ ମତ ନିର୍ବିଶେଷରେ ଏକତ୍ରୀ କରଣ କରାଯାଇ ଆନ୍ଦୋଳନ ତିବ୍ର ରୁ ତିବ୍ରତର କରାଯିବ ।କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନ ମାନଙ୍କରେ କଲେଜ ଅଧ୍ୟକ୍ଷା, ସ୍ଥାନୀୟ ବିଧାୟକ, ସାଂସଦ,ପରିଚାଳନା କମିଟି ଅଧ୍ୟକ୍ଷ ଆଦି ସମସ୍ତଙ୍କୁ କମିଟିର ସଦସ୍ୟ ଭେଟିବାକୁ ଧାର୍ଯ୍ୟ କରାଯାଇଛି ।ସ୍ମାରକୀ ର ପୁନରୁଦ୍ଧାର ତଥା ଛାତ୍ରାବାସ ଯେ ପର୍ଯ୍ୟନ୍ତ ନ ହୋଇଛି ଏ ଲଢେଇ ରାଜ ରାସ୍ତା ରେ ହେବ ଆଇନଗତ ଲଢେଇ ମଧ୍ୟ ହେବ ।ଆଜିର କାର୍ଯ୍ୟକ୍ରମ ରେ ପୂର୍ବତନ ଛାତ୍ର ନେତାଙ୍କ ମଧ୍ୟରେ ସୁଜିତ ମହାପାତ୍ର, ଉମାକାନ୍ତ ନାୟକ, ଇଂରାଜେଶ ମିଶ୍ର, ସଂଜୀବ ରଥଶର୍ମା, ଭଗବାନ ପଢିଆରୀ, ଭବାନୀ ଶଙ୍କର ଆଚାର୍ଯ୍ୟ, ଚେତନ ମିଶ୍ର,ରବିନାରାୟଣ ନାୟକ, ଜୟନ୍ତ କୁମାର ଦାଶ, ଆଦି ଉପସ୍ଥିତ ଥିଲେ ବିଶ୍ବନାଥ ଦାଶ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ ।ଦେବାଶିଷ ଦାଶ ମଧ୍ୟ ଉପସ୍ଥିତ ଥିଲେ ।
Related Stories
November 23, 2024