ପୁରୀ,ନଜର ଥାଉକି ପୂର୍ବରୁ ସେବାୟତ ଭାଇ ମାନେ ଯୋଉଭଳି ଭାବେ ଖାଲି ପାଦ ରେ ଉଦୁ ଉଦିଆ ଖରାରେ ସମ୍ପୂର୍ଣ୍ଣ ନିୟମ ନିଷ୍ଠା ରେ ରଥଯାତ୍ରା ପାଳନ କଲେ ଏହା ଇତିହାସ ରଚିଲା | ଆଜି ଯୋଉ ଭଳି ଭାବେ ସମସ୍ତ ସେବାୟତ ଙ୍କୁ କରୋନା ଗ୍ରାସୀଛି ଏବଂ ତାଙ୍କ ପାଇଁ କୌଣସି ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉ ନାହିଁ କାଲିକୁ ଏହା ଆହୁରି ବଢିବା ପରେ ଜଗନ୍ନାଥ ଙ୍କ ସେବା ଠପ ହୋଇଯାଇ ପାରେ | ପ୍ରଶାସନ ର କରୋନା ପ୍ରତି କିଛି ଦୃଷ୍ଟି ନଥିବାରୁ ଲଗୁଛି ଯେମିତି ଆହୁରି ବର୍ଷ ମାସ ଧରିକି ଶ୍ରୀ ଜଗନ୍ନାଥ ମନ୍ଦିର ବନ୍ଦ ରହିବ ଯାହା ଓଡିଶା ସରକାର ଚାଁହୁଛନ୍ତି | କାହିଁକି ସରକାର ସେବାୟତ ଭାଇ ମାନଙ୍କ ସୁରକ୍ଷା କୁ ଦୃଷ୍ଟି ଦେଉନାହାନ୍ତି ? ଜଣେଇଦେବାକୁ ଚାହୁଁ କି ଜଗନ୍ନାଥ ମନ୍ଦିର ର ସେବାୟତ ଯଦି କରୋନା କବଳ ରେ ବାନ୍ଧି ହୋଇ ରହିବେ ତେବେ ଜଗନ୍ନାଥ ଙ୍କ ସେବା ବନ୍ଦ ହୋଇଯିବ ଯାହାଦ୍ୱାରା ସରକାର ତାଙ୍କ ଚିନ୍ତା ଧାରା ଅନୁଯାଇ ସଫଳ ହୋଇଯିବେ ଏବଂ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ମନ୍ଦିର କୁ ବନ୍ଦ ରଖିବେ | ସରକାର ଜାଣିବା ଦରକାର କି ପୁରୀ ସହର ଯଦି ଚଳଚଞ୍ଚଳ ସଦା ସର୍ବଦା ରହିଥାଏ ତାହା କେବେଳ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ନିମନ୍ତେ ଏବଂ ଜଗନ୍ନାଥ ଙ୍କ ଅଙ୍ଗ-ଲାଗି ସେବାୟତ ଭାଇ ମାନଙ୍କ ନିମନ୍ତେ | ଯଦି ଜଗନ୍ନାଥ ମନ୍ଦିର ବନ୍ଦ ରହିବ ତାହାଲେ ପୁରୀ ସହର ବନ୍ଦ ହୋଇଯିବ ସମସ୍ତ କ୍ଷୁଦ୍ର ବ୍ୟବସାୟୀ ଓ ହୋଟେଲ କର୍ମଚାରୀ ଗଣ କରୋନା ରେ ମାରିବା ପୂର୍ବରୁ ରୋଜଗାର ଚିନ୍ତା ରେ ଆତ୍ମହତ୍ୟା କରିଦେବେ | ପ୍ରଶାସନ ଶ୍ରୀ ଜଗନ୍ନାଥ ମନ୍ଦିର କୁ ତୁରନ୍ତ ଖୋଲିବା ନିମନ୍ତେ ସମୀକ୍ଷା କରନ୍ତୁ ଏବଂ ଯୋଉ ଭଳି ଭାବେ ସାମ୍ବାଦିକ ଏବଂ ପୋଲିସ ଭାଇ ମାନେ ନିଷ୍ଠାପର ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି ତାଙ୍କର ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ର ବିକାଶ କୁ ଆଖି ନଜର ରେ ରଖି ପୁରୀ ବଡ ହସ୍ପିଟାଲ ରେ ଅଧିକ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ଯୋଗେଇ ଦିଅନ୍ତୁ ପ୍ରଶାସନ ଓ ସରକାର ଙ୍କ ପାଖରେ ଏହା ଦାବୀ କରି ଆଜି ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ବିନାୟକ ଦାସମହାପାତ୍ର , ସେବା ଦଳ ପୁରୀ ଜ଼ିଲ୍ଲା ଅଧ୍ୟକ୍ଷ ବିଶ୍ୱକେଶନ ହରିଚନ୍ଦନ , କାଳି ପ୍ରସାଦ ନାୟକ ଙ୍କ ସହ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ , ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର , ବସ୍ତି ଯୁବ ନେତା ମନୋଜ ମଣ୍ଡଳ, ଅନିଲ ବେଜ , ବିଧାନ ସଭା ଛାତ୍ର କଂଗ୍ରେସ ସଭାପତି ଅନିଲ ପ୍ରଧାନ , ସତ୍ୟବାଦୀ ଛାତ୍ର କଂଗ୍ରେସ ସଭାପତି ଅରୁଣ ସାହୁ ଏବଂ ଅନ୍ୟ ଛାତ୍ର ଓ ଯୁବ କଂଗ୍ରେସ ର ସଦସ୍ୟ ଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ସମସ୍ତ ସେବାୟତ ଓ ପୁରୀବାସୀ ଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କରା ଯାଇଛି |ଏହି କାର୍ଯ୍ୟକ୍ରମ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ନେତୃତ୍ୱରେ କରୋନା ନିୟମ ମାନି ପାଳନ କରାଯାଇଥିଲା |
Related Stories
November 23, 2024
November 23, 2024
November 23, 2024