
ଭୁବନେଶ୍ୱର– ଆସାମ କ୍ୟାଡରର ପୂର୍ବତନ ଆଇପିଏସ ଅଧିକାରୀ ତଥା ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ ହୋଇଯାଇଛି । ଆଜି ସେ କଟକର ପିଠାପୁରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ପରିବାର ବର୍ଗ ପକ୍ଷରୁ କୁହା ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ଅଶୋକ ସାହୁ ଅସୁସ୍ଥ ଥିଲେ ଏବଂ ଅସୁସ୍ଥତା ହେତୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପାରିବାରିକ ସୂତ୍ରରୁ ପ୍ରକାଶ ।
ସେ ୧୯୭୩ ମସିହାରେ ଆହ୍ଳାବାଦ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତର ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ଆସାମ କ୍ୟାଡରର ଆଇପିଏସ୍ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।