ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ସମସ୍ତ କୋଭିଡ଼୍ କେୟାର୍ ସେଂଟର (ସିସିସି)କୁ ବନ୍ଦ କରାଯାଇଛି । ଜିଲ୍ଲାରେ ରୋଗୀ ସଂଖ୍ୟା ହ୍ରାସ ପାଇଥିବା ବେଳେ ହସ୍ପିଟାଲରେ ଶଯ୍ୟାର ଅଭାବ ନାହିଁ । ଏଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ଼୍ କେୟାର୍ ସେଂଟରକୁ ବନ୍ଦ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।
ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ପାଲୁର୍ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ନୀଳକଣ୍ଠେଶ୍ୱର ଶିଶୁ ବିଦ୍ୟାମନ୍ଦିର, ହିଞ୍ଜିଳି, ଭଞ୍ଜନଗର ସହିତ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୦ ରୁ ଉର୍ଦ୍ଧ୍ୱ କୋଭିଡ଼୍ କେୟାର୍ ସେଂଟର ଖୋଲାଯାଇ ୩୦୦୦ ଶଯ୍ୟା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପ୍ରଶାସନିକ ନିଷ୍ପତି ପ୍ରକାରେ ସମସ୍ତ କୋଭିଡ଼୍ କେୟାର୍ ସେଂଟରକୁ ବନ୍ଦ କରାଯାଇଛି । ଏବଂ କୋଭିଡ଼୍ ହସ୍ପିଟାଲରେ ରୋଗୀଙ୍କୁ ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।