ସୂଚନା ଅନୁଯାୟୀ, ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗାଁରୁ ମହେଶ ଦାଶ (୧୮) ଓ ବିକ୍ରମ ଦାଶ (୨୦) ଏକ ପଲସର୍ ବାଇକ୍ ନଂ ଓଡ଼ି୦୭ଏଡ଼ି-୩୪୯୩ ଯୋଗେ କାଟୁ ନିକଟ କାଞ୍ଜିମ୍ମା ଗାଁରେ ଥିବା ନିଜ ସମ୍ପର୍କିୟଙ୍କ ଘରକୁ ଗଲାବେଳେ ସାରୁ ଛକ ନିକଟରେ ଅନ୍ୟ ଏକ ଅଜଣା ବାଇକ୍ ସେମାନଙ୍କ ବାଇକ୍ କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ପଲସର ବାଇକ୍ ଟି ଘଟଣାସ୍ଥଳରୁ ଘୋଷାଡ଼ି ହୋଇ ବିପରୀତ ଦିଗକୁ ଚାଲି ଯାଇଥିଲା । ସେହି ସମୟରେ ଏହି ରାସ୍ତା ଦେଇ ପୋଲସରା ଥାନା ଅଧିକ ଖଣ୍ଡୁରୁ ଗାଁର ଅଶୋକ ବେହେରା(୩୦), ଦେବରାଜ ବେହେରା (୨୨) ଏକ ସ୍କୁଟି ନଂ ଓଡ଼ି୦୭ଭି-୬୩୧୦ ଯୋଗେ ସମରଝୋଳ ନିକଟରେ ଥିବା ଚକ୍ଷୁ ହସ୍ପିଟାଲ ଯିବା ବେଳେ ଦୁର୍ଘଟଣା ଘଟି ବିପରୀତ ଦିଗକୁ ଚାଲି ଆସିଥିବା ବାଇକ୍ ସହିତ ସ୍କୁଟିଟି ଧକ୍କା ହୋଇଥିଲା । ଖବର ପାଇ ହିଞ୍ଜିଳି ଥାନା ସବଇନ୍ସପେକ୍ଟର ମମତା ସାମନ୍ତରାୟ, ଡି. ମୋହନ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡ଼ାକ୍ତରଖାନାରେ ଭର୍ତି କରିଥିବା ବେଳେ ଡ଼ାକ୍ତର ମହେଶଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ତିନି ଆହତ ଚିକିତ୍ସାଧିନ ରହିଛନ୍ତି । ଏ ସଂକ୍ରାନ୍ତରେ ହିଞ୍ଜିଳି ଥାନା କେସ୍ ନଂ ୩୨୪/୨୦ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Related Stories
November 22, 2024