ପୁରୀ ସହରରେ ବିଶ୍ବ ହିନ୍ଦୁ ପରିଷଦ ର ରାଜ୍ୟ ମୁଖପାତ୍ର ଏବଂ ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ଥିବା ଚିନ୍ମୟ ସ୍ଵରୁପ ପଣ୍ଡା ଏବଂ ତାଙ୍କର ସହଯୋଗୀ ଙ୍କ ଦ୍ଵାରା ଚାଲିଥିବା ଅନୈତିକ କାର୍ଯ୍ୟକଳାପ ପାଇଁ ପୁରୀ ଧର୍ମୀୟ ଛବି ସାରା ବିଶ୍ବରେ ଖରାପ୍ ହେବା ସହ ଏହାର ଆଧ୍ୟାତ୍ମିକ ପରିବେଶ ଏବଂ ଜଗନ୍ନାଥ ସଂସ୍କୃତି ର ଏହି ପବିତ୍ର ମାଟି ରେ ଦାଗ ଲାଗିଛି। ପୁରୀ କୁ ଆସୁଥିବା କୋଟି କୋଟି ଭକ୍ତ ଙ୍କ ନିକଟକୁ ଏହା ଖରାପ ବାର୍ତ୍ତା ଦେଇଛି। ଜଗନ୍ନାଥ ସଂସ୍କୃତି ପ୍ରତି ଟି ଓଡ଼ିଆ ଏବଂ ଓଡ଼ିଶା ରାଜ୍ୟ ଏବଂ ସର୍ବୋପରି ପୁରୀ ମାଟି ର ଏବଂ ପୁରୀ ଦାୟଦ ଙ୍କ ର ସ୍ବାଭିମାନ ଏବଂ ସମ୍ମାନ ର ପ୍ରତୀକ। ପୁରୀ ମାଟି ପ୍ରଭୁ ଜଗନ୍ନାଥଙ୍କ ମାଟି ଏବଂ ପୁରୀ ସହର ସନାତନ ଧର୍ମ ର ପ୍ରାଣକେନ୍ଦ୍ର। ଏହି ସହର ଧର୍ମ ର ସହର, ଏହା ଦେହବେପାର ଏବଂ ଦେହବେପାରୀ ଦଲାଲ୍ ରାଜନେତାଙ୍କ ସହର ନୁହେଁ। ଏହି ବ୍ୟକ୍ତି ଜଣଙ୍କ କୈାଣସି ସାଧାରଣ ବ୍ୟକ୍ତି ନୁହନ୍ତି, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତୃତ୍ବ, ରାଜ୍ୟ ରୁ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗୀ ଏବଂ ବସନ୍ତ ପଣ୍ଡା ଙ୍କ ର ଜଣେ ପ୍ରମୁଖ ସହଯୋଗୀ ଏବଂ ରାଜ୍ୟ ବିଜେପି ର ଜଣେ ବରିଷ୍ଠ ଏବଂ ଆଗ ଧାଡିର ନେତା। ଯେଉଁ ସମୟରେ ପୁରୀ ରେ ସମସ୍ତ ହୋଟେଲ ବନ୍ଦ ରହିଛି ଏବଂ ଯାତ୍ରୀଙ୍କ ଆସିବା ଉପରେ କଟକଣା ଲଗେଇ ଦର୍ଶନ ବନ୍ଦ ରହିଛି, ସେହି ସମୟରେ ପୁରୀ ପରି ପବିତ୍ର ମାଟି କୁ ଆସି ଏଭଳି କୁସ୍ଚିତ କାମ କରିବା ର ସାହାସ୍ ତାଙ୍କର କିପରି ହେଲା, ଏହିପରି କାର୍ଯ୍ୟ ପୁରୀ ରେ କରିବା ପାଇଁ ଏତେ ସାହାସ୍ ଦେବା ପଛର ମୁଖ୍ୟ କାର୍ପଟଦାର୍ କେଉଁ ବ୍ୟକ୍ତି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରୁଛି। ପୁରୀରେ ଏହିପରି କାର୍ଯ୍ୟକଳାପ ନୂଆ କଥା ନୁହେଁ, ଏହା ଦିନକୁ ଦିନ ବୃଦ୍ଧି ପାଉଛି, ଏବଂ ସନାତନ ଧର୍ମ ର ରକ୍ଷକ, ପ୍ରଚାରକ ସାଜି କିଛି ଦଲାଲ୍ ପୁରୀ କୁ ଆସି ଏଭଳି କାର୍ଯ୍ୟ କରି ଏ ପବିତ୍ର ମାଟିକୁ ବଦନାମ୍ କରିବା ଦୁଃଖ ଦାୟକ ଏବଂ ଏହା ବିରୁଦ୍ଧରେ ପୁରୀ ର ସ୍ଥାନୀୟ ମୁଖ୍ୟ ଭାରତୀୟ ଜନତା ପାର୍ଟିର ନେତା ଏବଂ ବିଧାୟକ ଏହାକୁ ନିନ୍ଦା ନକରିବା ଏବଂ ଏହା ବିରୁଦ୍ଧରେ ଗଣମାଧ୍ୟମ ରେ ମୁହଁ ନ ଖୋଲିବା କିମ୍ବା କୈାଣସି ମନ୍ତବ୍ୟ ନ ରଖିବା ପ୍ରମାଣ କରୁଛି ଯେ ସେ ଏହାକୁ ପ୍ରୋତ୍ସାହନ ଦେବା ସହ ପୁରୀ ର ସ୍ବାଭିମାନ ଏବଂ ସମ୍ମାନ ପ୍ରତି ତାଙ୍କର କୈାଣସି ଆନ୍ତରିକତା ନାହିଁ। ତେଣୁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି ରାଜ୍ୟ ଭାରତୀୟ ଜନତା ପାର୍ଟିର ଯେଉଁ ରାଜ୍ୟ ନେତୃତ୍ବ ଏବଂ କେନ୍ଦ୍ରମନ୍ତ୍ରୀ ମାନେ ଏହି ବ୍ୟକ୍ତି ଜଣକ ସହ ଜଡ଼ିତ ଲିଖିତ ଏବଂ ମୈଖିକ ଭାବେ ସର୍ବ ସାଧାରଣରେ ସାରା ଭାରତବାସୀ ଏବଂ ଓଡ଼ିଶାବାସୀ ଙ୍କ ଉଦେଶ୍ୟ ରେ ଗଣମାଧ୍ୟମ ସାମ୍ନାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରନ୍ତୁ, ଏବଂ ପୁରୀ ଆସି ନିଜକୁ ଶୁଦ୍ଧ କରିବା ସହ ଶ୍ରୀମନ୍ଦିର ସାମ୍ନାରେ ସାଷ୍ଟାଂଗ ପ୍ରଣିପାତ କରି ପ୍ରଭୁ ଜଗନ୍ନାଥଙ୍କୁ ଭୁଲ୍ ମାଗନ୍ତୁ। ନଚେତ୍ ଆଗାମୀ ଦିନରେ ବିଶ୍ଵ ହିନ୍ଦୁ ପରିଷଦ ର କୈାଣସି ରାଜ୍ୟ କିମ୍ବା ରାଷ୍ଟ୍ରୀୟ କର୍ମକର୍ତ୍ତା ଙ୍କୁ ପୁରୀ ମାଟିରେ ଛାତ୍ର କଂଗ୍ରେସ ପୁରେଇ ଦେବ ନାହିଁ, ଏହା ସହିତ ବିଶ୍ବ ହିନ୍ଦୁ ପରିଷଦ ର ସମସ୍ତ କାର୍ଯ୍ୟକ୍ରମ କୁ ପୁରୀ ମାଟି ରେ ଦୃଢ଼ ଭାବରେ ବିରୋଧ କରିବା ସହ ଜଗନ୍ନାଥ ସଂସ୍କୃତି ଏବଂ ପୁରୀ ମାଟିର ସ୍ବାଭିମାନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପଛଘୁଞ୍ଚା ଦିଆଯିବ ନାହିଁ। ଏହା ସହିତ ପୁରୀ ପୋଲିସ ଙ୍କ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଛାତ୍ର କଂଗ୍ରେସ ଏକ ଲିଖିତ ଦାବିପତ୍ର ମାଧ୍ୟମରେ ଦାବି ରଖୁଛି ଯେ ଯେଉଁ ଦୁଇଜଣ ବ୍ୟକ୍ତି ଏହିପରି କୁସ୍ଚିତ, ଅନୈତିକ ଏବଂ ବ୍ୟଭିଚାର କାର୍ଯ୍ୟ କରି ପୁରୀ ମାଟି ଏବଂ ଜଗନ୍ନାଥ ସଂସ୍କୃତି କୁ ବଦନାମ୍ କରିଛନ୍ତି ସେମାନଙ୍କୁ ଆଜୀବନ ପୁରୀ ସହରରେ ପ୍ରବେଶ ଉପରେ କଟକଣା ଲଗାଇବା ସହ କୈାଣସି ପ୍ରକାର ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ରେ ଯେପରି ଯୋଗ ନଦେଇ ପାରିବେ ତାହା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ , ପୁରୀ ସହରରେ ବଢ଼ି ଚାଲିଥିବା ଏଭଳି କୁସ୍ଚିତ ଅନୈତିକ କାର୍ଯ୍ୟକଳାପ ବନ୍ଦ କରିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତି ଙ୍କ ବିରୋଧ ରେ ଦୃଢ଼ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁରୀ ମାଟି ର ଐତିହାସିକ, ସାଂସ୍କୃତିକ ଏବଂ ଧର୍ମୀୟ ଛବି କୁ ଅକ୍ଷୁର୍ଣ୍ଣ ରଖନ୍ତୁ। ନଚେତ୍ ଆଗାମୀ ଦିନରେ ପୁରୀ ର ଶିକ୍ଷିତ ଛାତ୍ର ସମାଜ ମାଧ୍ୟମରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପୁରୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଛବି ର ସୁରକ୍ଷା ଏବଂ ସ୍ବାଭିମାନ ପାଇଁ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଅଣ୍ଟା ଭିଡିବା ସହ , ସାରା ରାଜ୍ୟରେ ଏହା ବିରୁଦ୍ଧରେ କାର୍ଯ୍ୟକ୍ରମ କରିବା ସହ ଓଡ଼ିଶା ର ପ୍ରତ୍ୟେକ ଗ୍ରାମରେ ଥିବା ସାଧାରଣ ଜଗନ୍ନାଥ ପ୍ରେମୀଙ୍କ ନିକଟକୁ ଯିବା ପାଇଁ ପଛଘୁଞ୍ଚା ଦେବନାହିଁ। ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଭୁ ଜଗନ୍ନାଥଙ୍କ ର ପରମ ଭକ୍ତ କହୁଥିବା ବେଳେ ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ଏଠାରେ ଆସି ଜଗନ୍ନାଥଙ୍କ ଭକ୍ତ କହୁଥିବା ବେଳେ ଏବଂ ପ୍ରତ୍ୟେକ ଦିନ ଗଣମାଧ୍ୟମ ରେ ଆସି ନାରୀ ସୁରକ୍ଷା ଏବଂ ହିନ୍ଦୁ ଧର୍ମ ର ସୁରକ୍ଷା ଦିଗରେ ବଡ଼ ବଡ଼ ଭାଷଣ ଦେଉଥିବା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ମାନେ ଏବେ ପର୍ଯ୍ୟନ୍ତ କ’ଣ ପାଇଁ ମନ୍ତବ୍ୟ ରଖୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ କି ? ରାଷ୍ଟ୍ରବାଦ ଏବଂ ସନାତନ ଧର୍ମ ର ସୁରକ୍ଷା ଆଳରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ହୋଇ ରାଜନୈତିକ ଦଳ ଏବଂ ରାଜନେତାଙ୍କ ପୃଷ୍ଠପୋଷକତାରେ ରେ ରହି ଏମାନେ କିପରି ଭାବରେ ସନାତନ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତି କୁ ବଦନାମ୍ କରିବା ର ସାହାସ୍ କରିବା ସହ ଓଡ଼ିଶା ର କୋଟି କୋଟି ଜନସାଧାରଣଙ୍କୁ ବୋକା ବନାଉଛନ୍ତି ତାହା ବିରୁଦ୍ଧରେ ଓଡ଼ିଶାର ସାଧାରଣ ଜନତା ଏବଂ ଛାତ୍ର ଏବଂ ଯୁବ ସମାଜ ପ୍ରଭୁ ଜଗନ୍ନାଥଙ୍କ ଦାୟଦ ଏବଂ ଜାଗ୍ରତ ପ୍ରହରୀ ଭାବରେ ସଚେତନ ହେବା ସହ ଏହାକୁ ନିନ୍ଦା ଏବଂ ଦୃଢ଼ ପ୍ରତିବାଦ ଏବଂ ବିରୋଧ କରିବା ସହ ଓଡ଼ିଶାର ପ୍ରତ୍ୟେକ ଯାଗାରେ ଏହି ସଂଗଠନ ଏବଂ ଏହା ସହ ଜଡିତ ରାଜନୈତିକ ଦଳ , ରାଜନେତା ମାନଙ୍କୁ ଏହା ଉପରେ ପ୍ରଶ୍ନ କରନ୍ତୁ ଏବଂ ସ୍ବାଭିମାନୀ ଓଡ଼ିଆ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ଅନୁରୋଧ କରିବା ସହ ଆହ୍ବାନ କରୁଛି।
Related Stories
November 23, 2024