
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ- ଭଞ୍ଜନଗର କର୍ପୋରେସନ ନିକଟରେ ଥିବା ବିଛୁଆତି ଗାଁ ବୁଦା ମୂଳରୁ ବୁଧବାର ଜଣେ ଯୁବକର ଗଳିତ ଶବ କୁ ପୋଲିସ ଉଦ୍ଧାର କରିଛି।ଗତ କିଛି ଦିନ ପୂର୍ବେ ଉକ୍ତ ଯୁବକର କୌଣସି କାରଣରୁ ମୃତ୍ୟୁ ଘଟିଥିବାରୁ ତାର ଶରୀରର ବିଭିନ୍ନ ଅଂଶ ପଚି ସଢୀ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିଛି।ସେହିପରି ଥାନାରେ ମଧ୍ୟ କୌଣସି ଯୁବକ ନିରୁଦ୍ଧିଷ୍ଟ ଥିବା ଅଭିଯୋଗ ହୋଇନହିଁ।ତେଣୁ ତାହାର ପରିଚୟ ମିଳିପାରି ନଥିବା ଜଣାପଡିଛି।ଏସମ୍ପର୍କରେ ପୋଲିସ ୫୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।