Related Stories
November 23, 2024
ବ୍ରହ୍ମପୁର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ସ୍ୱଚ୍ଛତା ପକ୍ଷର ଶୁଭାରମ୍ଭ ହୋଇଛି । ଏହି କ୍ରମରେ ବୁଧବାର ବ୍ରହ୍ମପୁର ଷ୍ଟେଶନ୍ରେ ୧୫ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସ୍ୱଚ୍ଛତାପକ୍ଷ କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇ ଡିଭିଜନର ଆସିଷ୍ଟାଣ୍ଡ ଡିଭିଜନ ଇଞ୍ଜିନିୟର ଆଶିଷ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହାସହ ବ୍ରହ୍ମପୁର ରେଳ ଷ୍ଟେଶନ୍ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆସନ୍ତା ୧୫ଦିନ ଯାଏଁ ଷ୍ଟେଶନ୍ ପରିସରକୁ ସ୍ୱଚ୍ଛତା କରିବାକୁ ଶପଥ କରାଇଥିଲେ । ପ୍ରତ୍ୟେକ ଦିନ କର୍ମଚାରୀମାନେ ସ୍ୱଚ୍ଛତା ପାଇଁ ୨ଘଣ୍ଟା ସମୟ ଦେବା ସହ ଜନସାଧାରଣଙ୍କୁ ସଫେଇ ସମ୍ପର୍କରେ ସଚେତନତା କରିବା ସହ ପ୍ଲାଷ୍ଟିକ୍ ବ୍ୟବହାରକୁ ବାରଣ କରିବେ । ଏହି ସ୍ୱଚ୍ଛତା ପକ୍ଷରେ ପ୍ରତ୍ୟେକ ଦିନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେଶନ୍ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଷ୍ଟେଶନ୍ ପରିଚାଳକ ଦୁର୍ଗାପ୍ରସାଦ ବ୍ରହ୍ମା, ସିଏମ୍ଆଇ ମୋହନ ବେହେରା, ସିଟିଆଇ ବସନ୍ତ କୁମାର ଶତପଥୀ, ଓସିଆର୍ପିଏଫ୍ ଦିଲ୍ଲୀପ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।