
ଭିଡ ମଧ୍ୟ ରେ ଗୋଷ୍ଠି ସଂକ୍ରମଣ ହେଲେ ଏଥି ପାଇଁ କିଏ ଦାୟୀ ରହିବେ? ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବୁଦ୍ଧିଜୀବୀ ମହଲ ରୁ ଦାବି ହେଉଛି ।ଚାଷୀ ଙ୍କ ଆବଶ୍ୟକତା ଠୁ ବହୁତ କମ୍ ସାର ଆସିଥିବା ଯୋଗୁଁ ସାର ନେବା ପାଈଁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।ଏହାର ସମାଧାନ ପାଈଁ କାହାର ଆନ୍ତରିକତା ନ ଥିବା ଯୋଗୁଁ ଚାଷୀ ମନେ 3 ଦିନ ହେଲା ସାର ପାଇଁ ଯାଉଛନ୍ତି।ସାର ମିଳିବ କି ନାହିଁ ଠିକ୍ ନାହିଁ, ମାତ୍ର ଜଦି ଭିଡ ଭିତରେ କୋରନା ପଜିଟିଭ ରୋଗୀ ଥିବେ ଗୋଷ୍ଠୀ ସଂକ୍ରମଣ କରି ଦେବାର ବହୁତ ସମ୍ଭାବନା ସୃଷ୍ଟି ହୋଇଛି।ପ୍ରଶାସନ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଉଛି। ସମବାୟ ସମ୍ପାଦକ ଙ୍କ ମନମୁଖୀ ନିୟମ କରିଛନ୍ତି ଜେଉମାନେ ରୂଣ ନେଇଛନ୍ତି ସେମାନଙ୍କୁ ହିଁ ସାର ଦିଆଯିବ । ଏହି ନିୟମ କୁ ବିରୋଧ କରି ଚାଷୀ ଓ ସମବାୟ ସମିତି ର ସମ୍ପାଦକ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି l ଆଗାମୀ ଦିନେରେ ରାଜ ରାସ୍ତାକୁ ଚାଷୀ ମାନେ ଓଲ୍ହାଇବେ ବୋଲି ନିଷ୍ପତି ନେଇଛନ୍ତି l