-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୮୭୬ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୮୧୪୭ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୧୯୬, ବାଲେଶ୍ୱର ଜିଲ୍ଲାରେ ୫୬୧୦, ବରଗଡ ଜିଲ୍ଲାରେ ୪୭୫୮, ଭଦ୍ରକ ଜିଲ୍ଲାରେ ୪୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୨୦୨ . ବୌଦ୍ଧ ଜିଲ୍ଲାରେ ୧୧୬୪, କଟକ ଜିଲ୍ଲାରେ ୧୪,୧୧୩, ଦେବଗଡ ଜିଲ୍ଲାରେ ୪୪୦, ଢେଙ୍କାନାଳ ଜିଲ୍ଲାରେ ୨୭୫୦. ଗଜପତି ଜିଲ୍ଲାରେ ୩୨୩୩, ଗଂଜାମ ଜିଲ୍ଲାରେ ୧୯୩୬୯, ଜଗତସିଂହପୁର ଜିଲ୍ଲାରେ ୩୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୬୧୬୮ , ଝାରସୁଗୁଡା ଜିଲ୍ଲାରେ ୨୮୧୫, କଳାହାଣ୍ଡି ଜିଲ୍ଲାରେ ୨୧୯୩, କନ୍ଧମାଳ ୩୦୯୦, କେନ୍ଦ୍ରାପଡା ଜିଲ୍ଲାରେ ୩୪୦୮, କେନ୍ଦୁଝର ଜିଲ୍ଲାରେ ୩୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୦୩୬ , ମାଲକାନଗିରି ଜିଲ୍ଲାରେ ୨୯୦୭, ମୟୁରଭଂଜ ଜିଲ୍ଲାରେ ୬୦୧୯. ନବରଙ୍ଗପୁର ଜିଲ୍ଲାରେ ୨୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୯୨୫, ନୂଆପଡା ଜିଲ୍ଲାରେ ୧୮୨୦ , ପୁରୀ ଜିଲ୍ଲାରେ ୭୧୩୦, ରାୟଗଡା ଜିଲ୍ଲାରେ ୬୩୮୧. ସମ୍ବଲପୁର ଜିଲ୍ଲାରେ ୪୩୫୮ . ସୁବର୍ଣପୁର ଜିଲ୍ଲାରେ ୧୯୯୦ ଓ ସୁନ୍ଦରଗଡ ଜିଲ୍ଲାରେ ୫୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୮୬୧ ହୋଇଛି ।