ନୂଆଦିଲ୍ଲୀ– ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭାରେ ତିନିଗୋଟି ପୃଥକ୍ ବିଲ୍ ଉପସ୍ଥାପନ କରାଯାଇଛି । ଏହି ବିଲ୍ ତିନୋଟି ଜୁନ 5, 2020 ତାରିଖ ଦିନ ଜାରି ଅଧ୍ୟାଦେଶର ସ୍ଥାନ ଗ୍ରହଣ କରିବ । ଏହି ତିନୋଟି ବିଲ୍ ହେଉଛି:
• କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020
• କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, 2020
• ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ), 2020
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି କୃଷକମାନଙ୍କ ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020; କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନା ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, 2020 ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଓ ସାହେବ ପାଟିଲ ଡାନଭେ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020 ଲୋକସଭାରେ ଉପସ୍ଥାପନ କରିଛନ୍ତି ।
ଏହି ବିଧେୟକଗୁଡ଼ିକୁ ଉପସ୍ଥାପନ କରିବା ସକାଶେ ଅଧ୍ୟକ୍ଷଙ୍କ ଅନୁମତି ଲୋଡ଼ିବା ଅବସରରେ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଲେ ଯେ, ଏହିସବୁ ବିଧେୟକଗୁଡ଼ିକରେ ଥିବା ବ୍ୟବସ୍ଥାମାନଙ୍କ ଦ୍ୱାରା କୃଷି ଉତ୍ପାଦକୁ ବାଧାରହିତ ଭାବେ ବ୍ୟାପାର କରାଯାଇପାରିବ ଏବଂ ଏହାଦ୍ୱାରା କୃଷକମାନେ ନିଜ ମନ ପସନ୍ଦର ନିବେଶକମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇପାରିବେ ଯାହାକି ସେମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ । ସେ ଆହୁରି କହିଲେ ଯେ, ଏହି ଉପାୟ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଶୃଙ୍ଖଳାରେ ସବୁଠାରୁ ନୂଆ ଯାହା ଦେଶର କୃଷକମାନଙ୍କ କଲ୍ୟାଣ ସକାଶେ ଉଦ୍ଦିଷ୍ଟ ଏବଂ ସରକାର ସେମାନଙ୍କ ହିତ ସାଧନ ନିମନ୍ତେ ସଦାସର୍ବଦା ପ୍ରତିବଦ୍ଧତା ପ୍ରକଟ କରିଆସିଛନ୍ତି ।
କୃଷକମାନଙ୍କ ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, 2020ରେ ଏକ ପାରିସ୍ଥିତିକ ବ୍ୟବସ୍ଥା ଗଠନର ପ୍ରାବଧାନ କରାଯାଇଛି । ଏହାଦ୍ୱାରା କୃଷକ ଏବଂ ବ୍ୟବସାୟୀମାନେ ବିଭିନ୍ନ ରାଜ୍ୟର କୃଷି ଉତ୍ପାଦନ ବିପଣନ ବିଧାନ ମାଧ୍ୟମରେ ଅଧିସୂଚୀତ ବଜାରର ଭୌତିକ ପରିସର କିମ୍ବା ସମ- ବଜାରରୁ ବହିର୍ଭୂତ ନିପୂଣ, ପାରଦର୍ଶୀ ଏବଂ ବାଧାରହିତ ଭାବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ଏବଂ ନିଜର ରାଜ୍ୟ ଭିତରେ ବ୍ୟାପାର ବାଣିଜ୍ୟ ତଥା କୃଷକମମାନଙ୍କ ଉପଜ ବୃଦ୍ଧି କରିବା ସକାଶେ ପ୍ରତିସ୍ପର୍ଦ୍ଧି ବୈକଳ୍ପିକ ବ୍ୟାପାର ଚାନେଲ ମାଧ୍ୟମରେ କୃଷକମାନଙ୍କ ଉତ୍ପାଦନକୁ କ୍ରୟ କରିବା ଏବଂ ଲାଭଦାୟକ ମୂଲ୍ୟରେ ବିକ୍ରୀ କରିବା ସମ୍ବନ୍ଧିତ ବ୍ୟବସ୍ଥା ଚୟନ କରିବାର ସୁବିଧା ସେମାନଙ୍କୁ ମିଳିପାରିବ । ସେମାନେ ଏଥିରୁ ଢ଼େର୍ ଫାଇଦା ହାସଲ କରିପାରିବେ । ଏହା ବ୍ୟତୀତ ଇଲେକ୍ଟ୍ରୋନିକ୍ ବ୍ୟାପାର ଏବଂ ଏଥି ସହିତ ସଂଶ୍ଳିଷ୍ଟ ପ୍ରସଙ୍ଗ ଅଥବା ଆକସ୍ମିକ ପ୍ରସଙ୍ଗ ସକାଶେ ଏକ ସୁବିଧାଜନକ ଢାଂଚା ମଧ୍ୟ ଉପଲବ୍ଧ କରାଯିବ ।