ଭୁବନେଶ୍ୱର– ବାଲେଶ୍ୱର ଜିଲ୍ଲାରେ ଜାତୀୟ ରାଜପଥ ୧୬ରେ ଭାୟା ବାଲିଆପାଳ,ପନ୍ତେଇ ଓ ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ ସୀମାରେ ସୁବର୍ଣରେଖା ନଦୀ ଉପରେ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ସର୍ବନିମ୍ନ ଟେଂଡରକୁ କାର୍ଯ୍ୟାରମ୍ଭ ପାଇଁ ଅନୁମୋଦନ ଦିଆ ଯାଇଛି ।
ପ୍ରସ୍ତାବିତ ସେତୁର ଦୈର୍ଘ୍ୟ ୯୯୩.୧୨ ମିଟର ଓ ପ୍ରସ୍ଥ ୬୨.୦୬ ମିଟର ହେବ । ଏଥିଲାଗି ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ । ପ୍ରସ୍ତାବିତ ସେତୁଟି ବାଲିଆପାଳ ଓ ଭୋଗରାଇ ବ୍ଲକ ମଧ୍ୟରେ ସିଧା ସଂଯୋଗ ସ୍ଥାପନା କରିବା ସହିତ ସୁବର୍ଣରେଖା ମାଉଥ ପୋର୍ଟ. ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର, ଆଦି ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପନ୍ନ ସ୍ଥାନ ଗୁଡିକୁ ସଂଯୋଗ କରିବ । ଏହି ଅଂଚଳରେ ଆର୍ଥିକ ଉନ୍ନତିରେ ସହାୟକ ହେବ । ରାଜ୍ୟ କ୍ୟାବିନେଟ ଏଲଏଣ୍ଡଟି ଜିଓର ସର୍ବନିମ୍ନ ନିବିଦା ୧୩୮,୭୪,୪୮.୨୧୦.୦୦କୁ କାର୍ଯ୍ୟାରମ୍ଭ ପାଇଁ ଅନୁମୋଦନ କରିଛି ।