Related Stories
November 23, 2024
ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ କୀର୍ତ୍ତିଭାସନ ଭି ସୋମବାର ପୂର୍ବାହ୍ନ ୧୦.୩୦ମିନିଟ୍ରେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଥିବା ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କୁ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିବାପରେ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କ ଠାରୁ ସୋମବାର ସେ ଦାୟୀତ୍ୱ ନେଇଛନ୍ତି । ଉପଖଣ୍ଡର ସମସ୍ତ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇବା ସହ ଲୋକଙ୍କ ଅଭିଯୋଗକୁ ଖୁବ୍ଶୀଘ୍ର ସମାଧାନ କରିବା ଦିଗରେ ତାଙ୍କର ପ୍ରଥମ ପ୍ରାଥମିକତା ରହିବ ବୋଲି ନୂତନ ଭାବେ ଉପଜିଲ୍ଲାପାଳ ଭାବେ ଦାୟୀତ୍ୱ ନେଇଥିବା କୀର୍ତ୍ତିଭାସନ କହିଛନ୍ତି । ଉପଖଣ୍ଡସ୍ତରରେ କରୋନା ମହାମାରୀ କମିଥିଲେ ମଧ୍ୟ ଏଥିରେ କିପରି ସତର୍କ ରହିବା ଓ ଲୋକଙ୍କୁ ସଚେତନ କରିବା ସେ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସମସ୍ତ ବ୍ଲକ୍ ଓ ତହସିଲ ଅଞ୍ଚଳରେ ଲୋକଙ୍କୁ କିପରି ସରକାରୀ ସେବା ଯୋଗାଇ ଦିଆଯାଇପାରିବ ସେ ଦିଗରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ରୂପରେଖ ପ୍ରସ୍ତୁତକରି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ଦାୟୀତ୍ୱ ନେବାପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ସହାୟକ ଜିଲ୍ଳାପାଳ ବିନୋଦ କୁମାର ବେହେରା, ଡି.ମାଲେଶ୍ୱର ପାତ୍ର, ପ୍ରଦୀପ ମହାରଣା, ବରିଷ୍ଠ ରାଜସ୍ୱ ସହାୟକ ଶିଶିର ରଥ, କୋଷାଧ୍ୟକ୍ଷ ମନୋରଞ୍ଜନ ମିଶ୍ର, ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।