
ସାନଖେମୁଣ୍ଡି: ଚଳିତବର୍ଷ ପବିତ୍ର ଗାନ୍ଧୀ ଜୟନ୍ତୀକୁ ରାଷ୍ଟ୍ର ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ରଚୟିତା କରୁଥିବା ଅବସରରେ ସାନଖେମୁଣ୍ଡି ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତରେ ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପନ କରିଅଛି। ରାଜ୍ୟ ଓ ଜନ ମୋର୍ଚା ସାଧାରଣ ସମ୍ପାଦକ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ବିଜୟ କୁମାର ସ୍ୱାଇଁ ନେତ୍ତୃତ୍ୱରେ ଆଜି ପଟିଗୁଡ଼ା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ଵ ପ୍ରଥମେ ସ୍ୱଚ୍ଛତା ପାଇଁ ସଫେଇ ଅନ୍ତର୍ଗତରେ ଗ୍ରାମ ସଫେଇ କରାଯାଇଛି। ଗାନ୍ଧିଜୀଙ୍କ ଅହିଂସା ନୀତିରେ ଆଭିମୁଖ୍ୟକୁ ନେଇ ସର୍ବସାଧାରଣରେ ସଚେତନତା ପଦଯାତ୍ରା ଆୟୋଜନ ସହ ପଥପ୍ରାନ୍ତ ସଭା ଆୟୋଜନ କରାଯାଇ ଜନସାଧାରଣଙ୍କୁ ଜଳ ସଂରକ୍ଷଣ ମହତ୍ତ୍ୱ, ଜନସଂଖ୍ୟା ନିୟନ୍ତ୍ରଣ,ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବାରଣ, ପରିବେଶ ସ୍ୱଚ୍ଛତା ସହିତ ସବୁଜିମା ପରିବେଶ ପାଇଁ ବ୍ୟାପକ ବୃକ୍ଷରୋପଣ ସମ୍ୱନ୍ଧୀୟ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ମଙ୍ଗଳା ଗମାଙ୍ଗ, ଲିଟୁ ପ୍ରଧାନ, ପବିତ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀମତି ଯମୁନା ନାୟକ, D.ଦଣ୍ଡପାଣି, କୁମୁଦ ଗୌଡ଼, ମୁନେସ ଦୋରା, ଚିନ୍ମୟ ରେଡି, ପାଣ୍ଡବ ପରିଡା, ଭୀମସେନ ମଣ୍ଡଳ, ସୁନୀଲ ପ୍ରଧାନ ପ୍ରମୁଖ କର୍ମକର୍ତା ଅଂଶଗ୍ରହଣ କରି ସଫଳ ରୂପାୟନ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।