
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୪/୦୯/୨୦୨୦,ଦିବା ୧୧ ଘଂଟିକା ସମୟରେ ଓଡ଼ିଶା ମଧ୍ୟାନ୍ନ ଭୋଜନ ପାଚିକା ସଂଘ ପୁରୀ ସହର ତରଫରୁ ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ
ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ,
ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଉଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଜରିଆରେ ମଧ୍ୟାନ୍ନ ଭୋଜନ ପାଚିକା ଏକ ଦାବୀପତ୍ର ପ୍ରଦାନ କରିଛନ୍ତି |ବିକ୍ଷୋଭ କରିବାର କାରଣ ହେଲା ଓଡ଼ିଶା ସରକାରଙ୍କ ମଧ୍ୟାନ୍ନ ଭୋଜନ କାର୍ଯ୍ୟରେ
ନିୟୋଜିତ ପାଚିକାମାନେ ଗତ ୨୦୦୯ ମସିହାଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ, ଦୀର୍ଘ ୨୮ ମାସର ଦରମା ନପାଇ ବକେୟା ପଡ଼ିରହିଛି ଏବଂ ତା ସହିତ ଚଳିତ ୨୦୨୦ ମସିହାର ଜୁଲାଇ ଓ ଅଗଷ୍ଟ ମାସର ଦରମା ଏ ପର୍ଯ୍ୟନ୍ତ ଦିଆଗଲା ନାହିଁ । ବର୍ତମାନ
କୌଣସି କାରଣ ନଥାଇ ବେଆଇନ ଭାବରେ ଛଟେଇ କରାଯାଉଛି । କୌଣସି ସାମାଜିକ ସୁରକ୍ଷା ସେମାନଙ୍କର ନାହିଁ ବୋଲି ଦାବିପତ୍ର ରେ ଉଲ୍ଲେଖ ଅଛି । ଏହି ସ୍ୱଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହେଉଅଛି । ଏଣୁ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଆମ୍ଭମାନଙ୍କୁ ପ୍ରଦାନ କରାଯାଉ ।ଓଡ଼ିଶା ମଧ୍ୟାନ୍ନ ଭୋଜନ ପାଚିକା ସଂଘ ତରଫରୁ ସାମାଜିକ ଦୂରତା ରକ୍ଷାକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |ଏହି ବିକ୍ଷୋଭରେ ଯୋଗଦେଇଥିଲେ ଜଗନ୍ନାଥ ଦେଓ, ଜିଲ୍ଲାସଭାପତି ପୀତବାସ ବେହେରା, ସବିତା ସାହୁ, ବିଷ୍ନୁପ୍ରିୟ ମିଶ୍ର, ଟୁନା ନାୟକ, ସୁନିତା ମଂଡଲ, ବନିତା ମହାନ୍ତି, ବୁଲି ପ୍ରଧାନ, କୁନି ମହାରଣା ପ୍ରମୁଖ |