କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୪/୦୯/୨୦୨୦,ଅଙ୍ଗୁର ସାଧାରଣତଃ ଥଣ୍ଡା ଜଳବାୟୁ ଅନୁଭୂତ ହେଉଥିବା ଅଞ୍ଚଳରେ (Cold Climate Region) ଚାଷ ହୋଇଥାଏ । ହେଲେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀରେ । ଶ୍ରୀକ୍ଷେତ୍ରରେ ଚାଷ ହେଉଛି ଅଷ୍ଟ୍ରେଲିଆନ ଅଙ୍ଗୁର (Australian Grapes) । ଏହାକୁ ପୁଣି ଚାଷ କରିଛନ୍ତି ପୁରୀ (Puri) ପେଣ୍ଠକଟା ଅଞ୍ଚଳର ଭୁଦାନ ନଗର ବେହେରା ସାହିର ମତ୍ସ୍ୟଜୀବୀ (Fisher Man) ଘନଶ୍ୟାମ ବେହେରା । ନିଜ ଘରେ ସମ୍ପୁର୍ଣ୍ଣ ଭାବେ ଜାଲ ଘେରାଇ କରୁଛନ୍ତି ଅଙ୍ଗୁର ଚାଷ । ଆଉ ସେଥିରେ ଫଳିଛି ପେନ୍ଥାପେନ୍ଥା ଅଙ୍ଗୁର । ସଠିକ ଭାବେ କରିଲେ ସବୁ ଚାଷ ସମ୍ଭବ ବୋଲି କହିଛନ୍ତି ସେ । ସେପଟେ ସାହି ପଡିଶା ଲୋକେ କାଶ୍ମୀର ନଯାଇ ପୁରୀରେ ଅଙ୍ଗୁର ଚାଷ ଦେଖିବା ପାଇଁ ଭିଡ ଲଗାଇଛନ୍ତି ।
ପୁରୀରେ ହୋଇଛି ଅଷ୍ଟ୍ରେଲିଆନ ଅଙ୍ଗୁର ଚାଷ । ଆଉ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର । ତାହା ପୁଣି ସମୁଦ୍ରକୁଳିଆ ଅଞ୍ଚଳରେ । ଦୀର୍ଘ ୨ ବର୍ଷ ତଳେ ପଡିଶା ଲୋକେ ଭଡା ଘର ଛାଡିକି ଗଲାବେଳେ ଏହି ଅଙ୍ଗୁର ଗଛକୁ ପ୍ରଦାନ କରିଥିଲେ । ତାକୁ ଅତି ଯତ୍ନ ସହକାରେ ଘରେ ଲଗାଇଥିଲେ ଘନଶ୍ୟାମ । ହେଲେ ସମୁଦ୍ରକୁଳିଆ ଅଞ୍ଚଳରେ ପୁଣି ଏତେ ଗରମ ପରିବେଶରେ ଅଙ୍ଗୁର ଫଳିବା ଆଶ୍ଚର୍ଯ୍ୟର କଥା । ପ୍ରଥମେ ଅଙ୍ଗୁର ନେଳି ହେବା ପରେ ଧିରେ ଧିରେ କଳା ପଡି ପାଚିବା ପରେ ତାହାର ସ୍ୱାଦ ମଧ୍ୟ ବେଶ ମିଠା। ଏହାକୁ କେବଳ ପରୀକ୍ଷା ମୁଳକ ଭାବେ ଲଗାଇ ସଫଳ ହୋଇଛନ୍ତି । ଆଗକୁ ଚାଷ କରି ବଜାରକୁ ଯୋଗାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅଙ୍ଗୁର ଚାଷୀ ଘନଶ୍ୟାମ ।