ଯୋଗୁଁ ଅତି କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଥିବା କହିଥିଲେ। ଏହାସହ ଏହି ଗ୍ରାମ ଗୁଡିକର ମହିଳା ମାନେ ଚାଷ କାର୍ଯ୍ୟ ଶେଷ ହେବା ପରେ ନିଜର ସବୁ ଟଙ୍କା ପରିଶୋଧ କରିବେ ବୋଲି ମଧ୍ୟ କହିଥିଲେ। କିନ୍ତୁ ସେସବୁ କଥା ନ ଶୁଣି ଏହି ଫାଇନାନ୍ସ କମ୍ପାନୀ ର କିଛି କର୍ମଚାରୀ ଟଙ୍କା ଆଦାୟ କରିବାକୁ ଯାଇ ଗ୍ରାମର ମହିଳା ମାନଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତିଗ୍ରାମବାସୀ। ଏହାସହ ନିଜର ଘର, ଜମିବାଡ଼ି, ଛେଳି, ଗାଈ ବିକ୍ରି କରି କିମ୍ବା ସୁନା ବନ୍ଧା ପକାଇ ଟଙ୍କା ଦିଅ ବୋଲି ଧମକ ଦେଇଥିଲେ। ତେଣୁ ଶେଷରେ ଗ୍ରାମର ମହିଳା ମଙ୍ଗୁଳି ଗୋଲରୀ, ରୀନା ମାଡକାମୀ, ଶଶୀ ପାତ୍ର, ବାସନ୍ତୀ ପାତ୍ର, ମନିକା ମାଝୀ, ଦେବୀ ମାଡକାମୀ ଆଦି ଗ୍ରୁପ ର ସଦସ୍ୟ ମାନେ ଏହାକୁ ବିରୋଧ କରି ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କୋରୁକୋଣ୍ଡା ବିଡ଼ିଓ ଏବଂ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏହାସହ ସେମାନେ ଜାନୁଆରୀ ମାସ ପର୍ଯ୍ୟନ୍ତ ସମୟ ଦେଲେ ନିଜର ସବୁ ଋଣ ପରିଶୋଧ କରିବେ ବୋଲି ଦାବି କରିଛନ୍ତି।
Related Stories
November 22, 2024