-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୭୫୮ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୬୭୫୪ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୦୧୦, ବାଲେଶ୍ୱର ଜିଲ୍ଲାରେ ୫୩୦୪, ବରଗଡ ଜିଲ୍ଲାରେ ୪୪୧୮, ଭଦ୍ରକ ଜିଲ୍ଲାରେ ୩୯୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୦୬୬ . ବୌ ଦ୍ଧ ଜିଲ୍ଲାରେ ୧୧୧୨, କଟକ ଜିଲ୍ଲାରେ ୧୩,୩୮୨, ଦେବଗଡ ଜିଲ୍ଲାରେ ୪୦୭ ଢେଙ୍କାନାଳ ଜିଲ୍ଲାରେ ୨୬୧୯. ଗଜପତି ଜିଲ୍ଲାରେ ୩୧୬୬, ଗଂଜାମ ଜିଲ୍ଲାରେ ୧୯୨୫୫, ଜଗତସିଂହପୁର ଜିଲ୍ଲାରେ ୩୦୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୫୮୯୦ , ଝାରସୁଗୁଡା ଜିଲ୍ଲାରେ ୨୬୦୩, କଳାହାଣ୍ଡି ଜିଲ୍ଲାରେ ୨୦୭୦, କନ୍ଧମାଳ ୨୯୨୨, କେନ୍ଦ୍ରାପଡା ଜିଲ୍ଲାରେ ୩୨୩୪, କେନ୍ଦୁଝର ଜିଲ୍ଲାରେ ୨୯୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୮୫୮ , ମାଲକାନଗିରି ଜିଲ୍ଲାରେ ୨୮୧୦, ମୟୁରଭଂଜ ଜିଲ୍ଲାରେ ୫୭୫୧. ନବରଙ୍ଗପୁର ଜିଲ୍ଲାରେ ୨୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୮୪୦, ନୂଆପଡା ଜିଲ୍ଲାରେ ୧୬୧୧ , ପୁରୀ ଜିଲ୍ଲାରେ ୬୫୯୭, ରାୟଗଡା ଜିଲ୍ଲାରେ ୬୨୨୨. ସମ୍ବଲପୁର ଜିଲ୍ଲାରେ ୪୧୧୭ . ସୁବର୍ଣପୁର ଜିଲ୍ଲାରେ ୧୮୧୭ ଓ ସୁନ୍ଦରଗଡ ଜିଲ୍ଲାରେ ୫୭୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।