ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସଂହତି ଏକାନ୍ତ ଜରୁରୀ : ରାଜ୍ୟପାଳ
ଭୁବନେଶ୍ୱର – ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ୱୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ ଏବଂ ମହାତ୍ମା ଗାନ୍ଧୀ ଏହାର ପ୍ରୟୋଗାତ୍ମକ ଦିଗ ସଂପର୍କରେ ନିଜର ମତ ଓ ମନ୍ତବ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଛନ୍ତି । ପ୍ରଗତି ପ୍ରକ୍ରିୟାରେ ତାଙ୍କ ବି·ରଧାରାର ପ୍ରୟୋଗ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ବୁଧବାର ବାଣୀବିହାରରେ ମହାତ୍ମା ଗାନ୍ଧୀ ମେମୋରିଆଲ୍ ପାର୍କ (ଅହିଂସସ୍ଥଳ) କୁ ଉଦ୍ଘାଟନ କରିବା ସହିତ
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିକୁ ଉନ୍ମୋଚନ କରି ରାଜ୍ୟପାଳ କହିଲେ ଯେ ମହାତ୍ମା ଗାନ୍ଧୀ ହେଉଛନ୍ତି ପୃଥିବୀର ସକଳ ସମସ୍ୟାର ସମାଧାନର ଭାରତୀୟ ସୂତ୍ର । ସେ ମଣିଷକୁ ଭଲ ଭାବରେ ଅଧ୍ୟୟନ ଓ ଅନୁଧ୍ୟାନ କରିଥିଲେ । ଭାରତୀୟ ଆଧ୍ୟାତ୍ମିକତା ଓ ଆଦର୍ଶବୋଧ ତାଙ୍କ ଚିନ୍ତା ଓ ଚେତନାର ମୂଳ ଆଧାର ଥିଲା । ସେ ଉଭୟ ଦରିଦ୍ର ନାରାୟଣ ଓ ସତ୍ୟନାରାୟଣଙ୍କ ପୂଜାରୀ ଥିଲେ ।
ରାଜ୍ୟପାଳ ପ୍ରଫେସର ଲାଲ ହରିଜନ ଶବ୍ଦର ବ୍ୟାଖା କରି ଏହା କିପରି ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିଲା ସେ ସଂପର୍କରେ ତର୍ଜମା କରି କହିଲେ ଯେ ଗାନ୍ଧିଜୀଙ୍କ ଦୃଷ୍ଟିକୋଣରେ ସାମାଜିକ ଶ୍ରେଣୀ ବିଭାଗ ଭିନ୍ନ ଥିଲା ।
ଅନ୍ତେ୍ୟାଦୟରୁ ସର୍ବୋଦୟ ପର୍ଯ୍ୟନ୍ତ ତାଙ୍କର ଦର୍ଶନ ପରିବ୍ୟାପ୍ତ । ଦୟା, ପ୍ରେମ, କରୁଣା ଓ ଏକାତ୍ମବୋଧ ତାଙ୍କର ବୈ·ରିକ ସିଦ୍ଧାନ୍ତ ଥିଲା ଏବଂ ଏହା ତାଙ୍କ ଜୀବନରେ ପ୍ରୟୋଗ କରିଥିଲେ । ଆଚରଣ ଓ ଉଚ୍ଚାରଣରେ ସମାନତା ହିଁ ଗାନ୍ଧିଜୀଙ୍କୁ ମହାତ୍ମା କରିଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଗାନ୍ଧୀବାଦର ଚିର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଗାନ୍ଧିଜୀଙ୍କ ଦର୍ଶନର ସର୍ବଜନୀନତା ଓ ସାର୍ବକାଳୀନତା ବିଷୟରେ କହିଥିଲେ । ପିଜି କାଉନ୍ସିଲର ଅଧ୍ୟକ୍ଷ ସବିତା ଆ·ର୍ଯ୍ୟ, କୁଳସଚିବ ଦୟାନିଧି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରି·ଳନା କରିଥିଲେ