ଗଞ୍ଜାମ– ବ୍ରହ୍ମପୁରରେ ନିଟ୍ ତଥା ମେଡ଼ିକାଲ ପ୍ରାର୍ଥୀ ଚୟନ ନେଇ ଗତକାଲି ଅନୁଷ୍ଠିତ ପରୀକ୍ଷାରେ ୪୪୭ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡିଛି ।
ବ୍ରହ୍ମପୁରରେ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ମୋଟ୍ ୩୯୪୧ ପରିକ୍ଷାର୍ଥୀ ପରୀକ୍ଷା ଦେବାର ଥିଲା । କିନ୍ତୁ ପରୀକ୍ଷା ଦେଇଛନ୍ତି ୩୪୯୪ ପରୀକ୍ଷାର୍ଥୀ । ୭ଟି ପରୀକ୍ଷା କେନ୍ଦ୍ରରେ ୪୪୭ ଜଣ ଅନୁପସ୍ଥିତ ରହିଥିବା ନୋଡ଼ାଲ ଅଫିସର ତଥା ବ୍ରହ୍ମପୁର ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡଃ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଗତକାଲି ଅନୁଷ୍ଠିତ ଏହି ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟାରେ ଶେଷ ହୋଇଥିଲା ।