ଭୁବନେଶ୍ୱର– ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ଶ୍ରୀ ଦାଶ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ସେ ଓ ତାଙ୍କର ଧର୍ମପତ୍ନୀ ସଙ୍ଗୀତା ଦାଶଙ୍କର ରିପୋର୍ଟ କରୋନା ପଜିଟିଭ ବାହାରିଛି । ଏବେ ସେମାନେ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଗତ ସାତ ଦିନ ମଧ୍ୟରେ ଆସିଥିବା ଲୋକ ମାନେ କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି