ଭୁବନେଶ୍ୱର– ଢେଙ୍କାନାଳ ବିଧାୟକ ସୁଧୀର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।
ସେ ତାଙ୍କ ଟ୍ୱିଟ୍ ଆଜି ମୋର କୋଭିଡ୍ -୧୯ ପଜିଟିଭ୍ ଆସିଛି । ମୁଁ ସଙ୍ଗରୋଧରେ ଅଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ମୋର ଏବଂ ମୋ ପିଏସଓଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିନିଅନ୍ତୁ ଏବଂ ସଙ୍ଗରୋଧରେ ରୁହନ୍ତୁ ।