ଭୁବନେଶ୍ୱର– ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କରୋନା ମୁକାବିଲା ଲାଗି ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି । ଆଇଏଏସ ହେମନ୍ତ ଶର୍ମା ତତ୍କାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ । ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ଜୁନ ମାସରେ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆଣି ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଓଡିଶା ସୂଚନା ଅଧିକାର ଅଭିଯାନ । ଏହାପରେ କୋଭିଡ-୧୯ ପରଚେଜ୍ କମିଟିରୁ ହେମନ୍ତ ଶର୍ମାଙ୍କୁ ବାଦ୍ ଦିଆଯାଇଥିଲା । ଶକ୍ତି ବିଭାଗ ପ୍ରମୁଖ ସଚିବ କାର୍ଯ୍ୟ ସଂପାଦନ ସହିତ କୋଭିଡ-୧୯ ପରିଚାଳନାର ଏହି ଗୁରୁଦାୟିତ୍ୱ ନିର୍ବାହ କରୁଥିଲେ ହେମନ୍ତ ଶର୍ମା ।