

ଭୁବନେଶ୍ବର- ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ମହେନ୍ଦ୍ର ଦାସଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶୋକ ପ୍ରକାଶ କରିଛନ୍ତି ।
ସେ ଟ୍ବିଟ କରି କହିଛନ୍ତି ଯେ ଓଡ଼ିଶାର ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ମହେନ୍ଦ୍ର ଦାସଙ୍କ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ l ତାଙ୍କ ଅଭିନୀତ ଭିକୁ ସେଠ୍ ଚରିତ୍ର ଏବଂ ଛାତିଥରା ସଂଳାପ ଯୋଗୁଁ ଅଗଣିତ ଯାତ୍ରା ପ୍ରେମୀଙ୍କ ହୃଦୟରେ ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛି l ମହେନ୍ଦ୍ର ଦାସଙ୍କ ଅକାଳ ବିୟୋଗ ଯାତ୍ରା ଜଗତ ସମେତ କଳାକାର ଜଗତ ପାଇଁ ମଧ୍ୟ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି l ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ , ବାନ୍ଧବ ଓ ଶୁଭେଚ୍ଛୁ ମାନଙ୍କୁ ଏହି ଦୁଃଖକୁ ସହନ ନିମନ୍ତେ ଧର୍ଯ୍ୟ ପ୍ରଦାନ କରିବା ପାଇଁ ମୁଁ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।