Related Stories
November 23, 2024
ମାଲକାନଗିରି-ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ଛକ ଠାରେ ଥିବା ରାଜୁ ପାଙ୍ଗୀଙ୍କ ଦୋକାନରେ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ ପୋଡି ଧୂଳିସାତ ହୋଇଯାଇଛି । ଦୋକାନ ରେ ଥିବା ପ୍ରାୟ ୭ 0 ହଜାର ଟଙ୍କାର ଦୋକାନ ସାମଗ୍ରୀ ସହିତ ବହୁ ଆସବା ପତ୍ରପୋଡି ପାଉଁଶ ହୋଇଯାଇଛି ।ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ ହେଲେ ନ ପାରିବାରୁ ଏ ସମ୍ପର୍କରେ କୋରୁକୋଣ୍ଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ !ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟା ଧରି ସଂଘର୍ଷ କରିବାପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଦୋକାନରେ ବିକ୍ରୀ କରିବା ନିମନ୍ତେ ଏକ ପ୍ଲାଷ୍ଟିକ ଜାରକିନ ରେ ପ୍ରାୟ ୬ 0 ଲିଟର ପେଟ୍ରୋଲ ରଖିଥିଲେ ତେବେ କୋଣସି କାରଣରୁ ଜାରକିନ ରେ ନିଆଁ ଲାଗିଯାଇଥିଲା । ଫଳରେ ପେଟ୍ରୋଲର ନିଆଁ ଉଗ୍ରରୂପ ନେବା ସହ ସମଗ୍ର ଦୋକାନ କୁପୋଡି ଜାଳି ଦେଲା ।ଏହି ଅଗ୍ନିକାଣ୍ଡରେ ଲୋକଙ୍କ କିଛି କ୍ଷତି ହୋଇନାହିଁ । ଜିଲ୍ଲାର ବିଭିନ୍ନ ଅଂଚଳରେ ଅନେକ ପେଟ୍ରୋଲ ଟାଙ୍କି ରହିଛି । ହେଲେବି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛି ଅସାଧୁ ବ୍ୟବସାୟୀ ନିଜ ନିଜର ଦୋକାନ ସମ୍ମୁଖରେ ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ଖୋଲା ଖୋଲି ବିକ୍ରି କରୁଛନ୍ତି। ପୋଲିସ କିମ୍ବା ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି । ବେଆଇନ ଭାବେ ପେଟ୍ରୋଲ ଓ ଡିଜେର୍ଲ ବିକୁଥିବା ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।ତେବେ ଯୋଗାଣ ବିଭାଗର ଅଧିକାରୀ ଓ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାବାସୀ ଦାବୀ କରିଛନ୍ତି !