ଗଞ୍ଜାମ– ଚିଟଫଣ୍ଡ କମ୍ପାନୀ ଗ୍ରୀନ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଏମଡି) ପ୍ରଦୀପ ସିଂହ (୪୧)ଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କେସ୍ ନଂ ୯୮/୨୦୧୬ ରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି । ପ୍ରଦୀପଙ୍କ ନାମରେ ଟାଉନ୍ ଥାନାରେ ୫ଟି ମାମଲା ରହିଥିବା ବେଳେ ୨୦୧୩ରେ ରୁଜ୍ଜୁ ହୋଇଥିବା ୧୫୨/୨୦୧୩ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଛି । ଅନ୍ୟ ୪ଟି ମାମଲା ଟାଉନ୍ ଥାନାରେ ପେଣ୍ଡିଙ୍ଗ ରହିଛି ।
ଏନେଇ ଅଧିକ ସୂଚନା ଦେଇ ଏସଡ଼ିପିଓ ଶ୍ରୀ ପତି କହିଛନ୍ତି ଯେ, ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି ନବଘନ ବେହେରା । ଗ୍ରୀନ୍ ଇଣ୍ଡିଆ କମ୍ପାନୀ ତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଥିଲେ । ତେବେ ଥାନାରେ ମାମଲା ରୁଜ୍ଜୁ ନହେବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇ ୱାନସିସିରେ ମାମଲା ରୁଜ୍ଜୁ କରିଥିଲେ । କୋର୍ଟ ନବଘନଙ୍କ ଅଭିଯୋଗକୁ ଭିତି କରି ତଦନ୍ତ କରିବାକୁ ଟାଉନ୍ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ କେସ୍ ନଂ ୯୮/୨୦୧୬ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୪୦୯/୪୨୦/, ୪/୫/୬ ପ୍ରାଇସ୍ ଚିଟ୍ ଆଣ୍ଡ ମନି ସାର୍କୁଲେସନ ସ୍କିମ୍ ଆକ୍ଟ ୧୯୭୮/ ସେକ୍ସନ ୬ ଅଫ୍ ଓପିଆଇଡି ଆକ୍ଟ ୨୦୧୧ ରେ ମାମଲା ରୁଜ୍ଜୁ ହୋଇଥିଲା । ଏହାକୁ ଭିତି କରି ଟାଉନ୍ ଥାନା ପୋଲିସ ପ୍ରଦୀପଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।