ଗଞ୍ଜାମ- ପୁରୀ-ଅହମ୍ମଦାବାଦ ସ୍ପେଶାଲ ଶ୍ରମିକ ଟ୍ରେନ୍ ଗତକାଲି ରାତି ୮ଟା ରେ ବ୍ରହ୍ମପୁର ଷ୍ଟେସନରେ ପହଂଚିଥିଲା । ପୂର୍ବରୁ ଟ୍ରେନ୍ କୁ ଅପେକ୍ଷା କରିଥିବା ଶହସ୍ରାଧିକ ଯାତ୍ରୀ ଟ୍ରେନ୍ ରେ ଚଢ଼ିଥିଲେ । ମୁଖ୍ୟତଃ ସୁରତ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ ମାନେ ମହିଳା ଓ ପିଲାଛୁଆଙ୍କ ସହିତ ସଂରକ୍ଷିତ ଟିକେଟ୍ କରି ଟ୍ରେନ୍ ରେ ଚଢ଼ିଥିଲେ ।
ବ୍ରହ୍ମପୁର ଷ୍ଟେସନ ମ୍ୟାନେଜର ଦୂର୍ଗାପ୍ରସାଦ ବ୍ରହ୍ମାଙ୍କ ସୂଚନା ମୁତାବକ, ମୋଟ୍ ୧୪୩୯ ଯାତ୍ରୀ ଏହି ଟ୍ରେନ୍ ରେ ବ୍ରହ୍ମପୁର ଷ୍ଟେସନରୁ ଯାତ୍ରା କରିଛନ୍ତି । ଥର୍ମାଲ୍ ସ୍କ୍ରିନିଂ, ସାମାଜିକ ଦୂରତା, ମାସ୍କ ପରିଧାନ, ବିଶୋଧନ ଆଦି ପ୍ରତି ବିଶେଷ ଧ୍ୟାନ ରଖାଯାଇଛି ବୋଲି କହିଛନ୍ତି ଷ୍ଟେସନ୍ ମ୍ୟାନେଜର । ଦୀର୍ଘ ୪ ମାସ ପରେ ଏହି ପ୍ରବାସୀ ଶ୍ରମିକମାନେ ପୁଣି ଥରେ କର୍ମସଂସ୍ଥାନ ପାଇଁ ଗୁଜୁରାଟ ତଥା ସୁରତ ଅଭିମୁଖେ ଯାତ୍ରା କରୁଥିବାରୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଯାତ୍ରୀ ମାନଙ୍କୁ ଶୁଭକାମନା ଜ୍ଞାପନ କରାଯାଇଥିଲା ।