କନ୍ଧମାଳ – କନ୍ଧମାଳ ମିଶନ ୧୭୧ ସମ୍ମାନଜନକ ଜାତୀୟସ୍ତରୀୟ ସ୍କଚ୍ ପୁରଷ୍କାର ପାଇବା ପରେ ଜିଲ୍ଲା ପ୍ରଶାସନ ଉତ୍ସାହିତ ହୋଇଛି. ସମସ୍ତ ବିଭାଗର ଦଳଗତ ପ୍ରଚେଷ୍ଟା ଯୋଗୁଁ ଏହି ପୁରସ୍କାର ପାଇ ପାରିଛି ବୋଲି ଆଜି ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା ବୃନ୍ଦା ଡି ପ୍ରକାଶ କରିଛନ୍ତି. ତେଣୁ ଏହି ପୁରଷ୍କାର ପାଇଁ ସେ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଓ ଏହି ପ୍ରକ୍ଳପରେ ସାମିଲ ହୋଇଥିବା ସମସ୍ତ ଚାଷୀମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି. ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ବର୍ତମାନ ସରକାରଙ୍କ ଚାଲିଥିବା ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବା ଉଦେ୍ଧଶ୍ୟରେ ମିଶନ ୧୭୧ ଗତ ବର୍ଷ ଆରମ୍ଭ କରାଯାଇଥିବା ବେଳେ ଏହା ସଫଳ ହୋଇ ପାରିଛି. ବିଭିନ୍ନ ଫଳ ଚାଷ ସହ ଅନ୍ତ ଚାଷ ଭାବେ ଧାନ, ମାଣ୍ଡିଆ, ପନିପରିବା. ଛତୁ, କୁକୁଡା, ବତକ ଆଦି ଚାଷ କରିବାକୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦେ୍ଧଶ୍ୟ. ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୭୧ଟି ପଂଚାୟତର ୧୭୧ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ବେଳେ ଦୁଇ ଶହରୁ ଅଧିକ ଚାଷୀ ଉପକୃତ ହୋଇ ପାରିଛନ୍ତି. ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କ ମଧ୍ୟରେ ଏହି ମିଶନ ୧୭୧ ପ୍ରକଳ୍ପ ଶ୍ରେ Â ବିବେଚିତ ହେବା ସହ ସିଳଭର କ୍ୟାଟେଗୋରୀରେ ପୁରସ୍କୃତ ହେବା କନ୍ଧମାଳ ଜିଲ୍ଲାକୁ ଗୌରବାନ୍ୱିତ କରିଛି. ଏବେ ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୭୧ଟି ଗ୍ରାମକୁ ସାମିଲ କରିବାର ଯୋଜନା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବିଶ୍ୱନାଥ ବାରିକ, ପିଏ ଆଇଟିଡିଏ, ବାଲିଗୁଡା ରଞ୍ଜିତ ରଣଜିତ୍, ପିଏ ଆଇଟିଡିଏ ଫୁଲବାଣୀ ବିରେନ୍ଦ୍ର କୁମାର ଦାସ, ମିଶନ ୧୭୧ର ସଂଯୋଜକ ତଥା ଉପ ନିଦେ୍ର୍ଧଶକ, ଉଦ୍ୟାନ ବିଭାଗ ମନୋଜ କୁମାର ଦାଶ, ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଧଶକ ଶୈଳେନ୍ଦ୍ର ନାରାୟଣ. ନାୟକ,
Related Stories
November 22, 2024