ବ୍ରହ୍ମପୁର : ଓଡ଼ିଶାର ପ୍ରବାସୀ ଶ୍ରମିକମାନେ ଗୁଜୁରାଟ ଯିବାପାଇଁ ରେଳ ବିଭାଗ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଶନିବାର ଠାରୁ ଆରମ୍ଭ କରିଛି । ଏହି ୩ଟି ସ୍ୱତନ୍ତ୍ର ଟ୍ରେନ୍ ବ୍ରହ୍ମପୁର ଷ୍ଟେଶନ୍ରେ ଅଟକିଛି । ଖୋର୍ଦ୍ଧା ଠାରୁ ବାହାରିଥିବା ଏହି ସ୍ୱତନ୍ତ୍ର ୩ଟି ଶ୍ରମିକ ଟ୍ରେନ୍ ବ୍ରହ୍ମପୁର ଷ୍ଟେଶନ୍ରେ ରହିଛି । ଖୋର୍ଦ୍ଧା ରୋଡ୍-ଅହମ୍ମଦାବାଦ, ଖୋର୍ଦ୍ଧାରୋଡ୍-ଓଖା, ଖୋର୍ଦ୍ଧାରୋଡ୍-ଗାନ୍ଧୀଧାମ ରୁଟ୍ରେ ଚଳାଚଳ ଆରମ୍ଭ ହୋଇଛି । ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଷ୍ଟେଶନ୍ରେ ଅଟକିବାପରେ ଦକ୍ଷିଣାଞ୍ଚଳ ତଥା ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୧ହଜାରରୁ ଅଧିକ ପ୍ରବାସୀ ଗୁଜୁରାଟକୁ ଯାତ୍ରା ଆରମ୍ଭ କରିଛନ୍ତି । କରୋନା ମହାମାରୀ ଯୋଗୁ ବ୍ରହ୍ମପୁର ଦେଇ ଯାତାୟାତ କରୁଥିବା ଫାଲକନାମା ଓ କୋଣାର୍କ ଏକ୍ସପ୍ରେସ୍ ବ୍ରହ୍ମପୁରରେ ଅଟକୁ ନାହିଁ । ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆଜିକୁ ଦେଢ଼ମାସ ହେବ ଗଞ୍ଜାମ ଜିଲ୍ଲାରେ କୌଣସି ଟ୍ରେନ୍ ରହୁନାହିଁ । ଗଞ୍ଜାମରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଗୁଜୁରାଟ ସହ ଅନ୍ୟାନ୍ୟ ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଶନିବାର ଠାରୁ ଚାଲିଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ସେମାନଙ୍କ ପରିବାର ଗୁଜୁରାଣରେ ସହାୟକ ହେବ ବୋଲି କୁହାଯାଉଛି ।
Related Stories
November 23, 2024